Home ଅପରାଧ ପତ୍ନୀକୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

ପତ୍ନୀକୁ ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ

60

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମର ପାଗଳ ରାଉତଙ୍କ ପୁଅ କାହ୍ନୁଚରଣ ଗତବର୍ଷ ୨୦୨୦ ବୈଦିକ ରିତୀରେ ପିରାହାଟ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ମହେନ୍ଦ୍ର ଧଳଙ୍କ ଝିଅ ଅଞ୍ଜୁଲତା ଧଳଙ୍କୁ ବିବାହ କରିଥିଲେ। ହେଲେ ବିବାହର କିଛିମାସ ପରେ ଅଞ୍ଜୁଲତାକୁ ବାରମ୍ବାର ଶାଶୁଘର ଲୋକ ନିର୍ଯାତନା ଦେଇ ଆସୁଥିଲେ ଏବଂ ୧୮ତାରିଖ ଦିନ ଅଞ୍ଜୁକୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ମହେନ୍ଦ୍ରଧଳ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି କିଛିଦିନହେବ ପରିବାର ଲୋକ ଅଞ୍ଜୁକୁ ମାଡ଼ ମାରିଥିଲେ। ତେବେ ୧୮ତାରିଖ ଦିନ ଘରପାଖ ଥିବା ଏକ ଗଛମୂଳେ ଅଞ୍ଜୁର ମୃତ୍ୟୁ ଅବସ୍ଥାରେ ଶବ ପଡ଼ିଥିଲା। ଏ ସମ୍ପର୍କରେ ଧୂଷୁରୀ ପୋଲିସ ଖବରପାଇ ଶବ ଜବତ କରିଥିଲେ। ତେବେ ଅଞ୍ଜୁଲତାର ବାପା ମହେନ୍ଦ୍ର ଧଳ ଥାନାରେ ଅଭିଯୋଗ କରିଥିଲେ। ଅଧିକ ଯୌତୁକ ପାଇଁ ଅଞ୍ଜୁର ସ୍ୱାମୀ, ଶ୍ୱଶୁର ଓ ଶାଶୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ ଏବଂ ସେମାନେ ମିଳିମିଶି ମୋ ଝିଅକୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଧୂଷୁରୀ ଥାନାର ତଦନ୍ତକାରୀ ଅଧିକାରୀ ମହାପ୍ରସାଦ ନାୟକ ଘଟଣାର ତଦନ୍ତ କରିବା ସହିତ ଥାନାରେ କେସ ନଂ ୨୭୯/୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ସ୍ୱାମୀ କାହ୍ନୁକୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି। ପ୍ରକାଶ ଥାଉକି ପୂର୍ବରୁ କାହ୍ନୁ ଅସୁରାଳି ଅଂଚଳରେ ବିବାହ କରିଥିବାବେଳେ ଉକ୍ତ ମହିଳାଙ୍କୁ ବିଭିନ୍ନ ସମୟରେ ମାଡ଼ମାରି ତାଙ୍କୁ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିଲେ। ପରବର୍ତ୍ତି ସମୟରେ ଅଞ୍ଜୁଲତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସୂଚନା ଥାଉକି ମୃତ ଅଞ୍ଜୁଲତାର ଗୋଟିଏ ୧୧ମାସର ଶିଶୁ ପୁତ୍ର ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.