Home ଓଡ଼ିଶା ନୟାଗଡ଼କୁ ପ୍ରବାସୀ ଓଡ଼ିଆଙ୍କ ସୁଅ, ଫେରନ୍ତାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା

ନୟାଗଡ଼କୁ ପ୍ରବାସୀ ଓଡ଼ିଆଙ୍କ ସୁଅ, ଫେରନ୍ତାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା

85

ନୟାଗଡ଼, ୪-୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ)  : କେରଳ, ତାମିଲନାଡ଼ୁ, ସୁରତକୁ ଦାଦନ ଖଟିବାକୁ ଯାଇଥିବା ନୟାଗଡ଼ର ଶହ ଶହ ସଂଖ୍ୟାରେ ଦାଦନ ଶ୍ରମିକ ଏବେ ନୟାଗଡ଼ ମୁହାଁ। ଏଥିପାଇଁ ପଂଚାୟତ, ବ୍ଳକ ଠାରୁ ଆରମ୍ଭ କରି ଜିଲାପ୍ରଶାସନ ପର୍ଯ୍ୟନ୍ତ ସଜାଗ ରହିଛନ୍ତି। ପ୍ରବାସୀମାନେ କିଏ କେତେବେଳେ କେଉଁ ଜାଗାକୁ ଆସିବେ କେଉଁ ବସରେ ଆସିବେ, ସେମାନେ ଆସିଲେ ସେମାନଙ୍କୁ ଦାୟତ୍ୱର ସହ କିପରି ରଖାଯିବ ତାହାକୁ ନେଇ ଜିଲା ପ୍ରଶାସନ କର୍ମତତ୍ପର ହୋଇପଡ଼ିଛନ୍ତି। ପ୍ରବାସୀ ଶ୍ରମିକମାନେ ଏବେ ନୟାଗଡ଼କୁ ଫେରିବା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ଅନୁରୋଧରେ କେରଳ, ତାମିଳନାଡ଼ୁ ଓ ଗୁଜୁରାଟ ଆଦି ସରକାର ବସଯୋଗେ ପ୍ରବାସୀ ଓଡ଼ିଆମାନଙ୍କୁ ନୟାଗଡ଼କୁ ପଠାଇଥିବା ଆରମ୍ଭ ହୋଇଛି। ଓଡ଼ଗାଁ ବ୍ଳକ ବାହାଡ଼ାଝୋଲାଠାରେ ୪୬ଜଣ ପ୍ରବାସୀ ଓଡ଼ିଆ ସୁରତରୁ ବସଯୋଗେ ଆସି ଓହ୍ଲାଇ ଥିଲାବେଳେ ସେମାନଙ୍କୁ ସାକେରୀର ରାହାସ ବିଦ୍ୟାପୀଠରେ ରଖାଯାଇଛି। ସେହିପରି କେରଳରୁ ଟ୍ରେନଯୋଗେ ୭ଜଣ ପ୍ରବାସୀ ଓଡ଼ିଆ ଖୋର୍ଦ୍ଧରୋଡ଼ ଷ୍ଟେସନଠାରେ ଓହ୍ଲାଇ ସେଠାରୁ ବସଯୋଗେ ନୟାଗଡ଼ରେ ପହଂଚିଛନ୍ତି। ସେମାନଙ୍କୁ ନୟାଗଡ଼ର ଝୁମ୍ପୁରୀ ନିକଟ ଇଶ୍ୱର କଲ୍ୟାଣ ମଣ୍ଡପ ସଂଗରୋଧ ଗୃହରେ ରଖାଯାଇଛି। ରଣପୁରକୁ ସୁରତରୁ ବସଯୋଗେ ୨୯ ଜଣ ପ୍ରବାସୀ ଓଡ଼ିଆ ଫେରିଥିବାବେଳେ ସେମାନଙ୍କୁ ନରସିଂହପୁର ସଙ୍ଗରୋଧ ଗୃଡରେ ରଖାଯାଇଛି। ଗଣିଆ ବ୍ଳକର ୪ଜଣ ଶ୍ରମିକ ନିଜ ଖର୍ଚ୍ଚରେ ଗଣିଆରେ ପହଚିଂବା ପରେ ସେମାନଙ୍କି କିଶୋରପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ ରଖ।।ଯାଇଛି। ଅନ୍ୟପକ୍ଷରେ ନୟାଗଡ଼ରେ ରେଲୱେ କାମ କରିବାକୁ ଆସି ଅଟକି ରହିଥିବା ମୟୁରଭଞ୍ଜ ଜିଲାର ୩୦ଜଣ ଶ୍ରମିକଙ୍କୁ ନୟାଗଡ଼ ଜିଲା ପ୍ରଶାସନ ଏକ ବସଯୋଗେ ମୟୁରଭଞ୍ଜ ଜିଲାକୁ ପଠାଇଦେଇଛନ୍ତି। ଏହି ଶ୍ରମିକମାନେ ନୟାଗଡ଼ ବ୍ଳକ ବାଉଁଶିଆପଡ଼ା ଠାରେ ରହୁଥିଲେ। ତେବେ ନୟାଗଡ଼ ଜିଲାକୁ ୧୬ହଜାର ପ୍ରବାସୀ ଓଡ଼ିଆ ଫେରିବା ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଆକଳନଠାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯାହାକି ସେମାନଙ୍କ ପ୍ରତି ନଜର ରଖିବା ନେଇ ପ୍ରଶାସନର ମୁଣ୍ଡବ୍ୟାଥା ହୋଇଥିଲେବେ କର୍ମତତ୍ପର ହୋଇପଡିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.