Home Coronavirus Outbreak କେନ୍ଦୁଝର ଜିଲ୍ଲାରେ ପୁଣି ଦ୍ୱିତୀୟ କରୋନା ଆକ୍ରନ୍ତ ଚିହ୍ନଟ:ଅଜଣା ଆଶଙ୍କାରେ ଜିଲ୍ଲାବାସୀ

କେନ୍ଦୁଝର ଜିଲ୍ଲାରେ ପୁଣି ଦ୍ୱିତୀୟ କରୋନା ଆକ୍ରନ୍ତ ଚିହ୍ନଟ:ଅଜଣା ଆଶଙ୍କାରେ ଜିଲ୍ଲାବାସୀ

67

କେନ୍ଦୁଝର, ୩ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହି ଦ୍ୱତୀୟ କରୋନା ଆ୍ରକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଏକ ଅଜଣା ଆଶଙ୍କାକୁ ଜନ୍ମ ଦେଇଛି। କେନ୍ଦୁଝର ଜିଲ୍ଲାରେ ପ୍ରଥମ ଆକ୍ରାନ୍ତ ଗତ ବୁଧବାର ଚିହ୍ନଟ ହେବାର ୪ ଦିନ ପରେ ଆଜି ରବିବାର ଦିନ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ସଂପର୍କରେ ସୂଚନା ଦେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଆଜି ରବିବାର ଦିନ କେନ୍ଦୁଝର ଜିଲ୍ଲାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କରୋନା ଆକ୍ରାନ୍ତ ଜଣଙ୍କ ଆନନ୍ଦପୁର ଉପଖଣ୍ଡର ହାଟଡିହି ବ୍ଳକର ପଞ୍ଝୁଗୋଛିଆ ଗ୍ରାମ ପଞ୍ଝାୟତର। ଏବଂ ତାଙ୍କ ଘର ମୁଗୁପୁର ଗ୍ରାମରେ ହୋଇଥିବା ବେଳେ ତାଙ୍କର ବୟସ ୩୦ ବର୍ଷର ଓ ସେ ଜଣେ ପୁରୁଷ ବୋଲି ଜଣା ପଡିଛି। ସେ କୋଲକତା ଅଞ୍ଝଳରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘରେ ୩ ଜଣ ସଦସ୍ୟ ରହିଛନ୍ତି। ରବିବାର ଦିନ ଆସିଥିବା ରିପୋର୍ଟରେ ଏହି ୩୦ ବର୍ଷିୟ ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ ଥିବା ଜଣା ପଡିଛି। ଏହି ଘଟଣା ଜଣା ପଡିବା ପରେ ଉକ୍ତ ଅଞ୍ଝଳରେ ମେଡିକାଲ ଟିମ ସହ ପୋଲିସ ଟିମ ଓ ଜିଲ୍ଲା ପ୍ରଶାସନର ଟିମ ରହି ସମସ୍ତ ଦିଗ ଉପରେ ତଥା ଏ ସଂପର୍କରେ ରହିଥିବା କୋଭିଡ- ୧୯ ର ପ୍ରୋଟୋକଲନୁଶାରେ ଅନୁଧ୍ୟାନ କରିବା ସହ ସେହି ବ୍ୟକ୍ତିଙ୍କର କଂଟ୍ରାକ୍ଟ। ଟ୍ରେସିଙ୍ଗ ଜାରି ରଖିଛନ୍ତି। ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଝଲରେ ୪୩୦ ଜଣଙ୍କର ସାମ୍ପୁଲ ସଂଗ୍ରହ କରାଯାଇ ଯେଉଁ ପରୀକ୍ଷା ପାଇଁ ପଠା ଯାଇଥିଲା, ସେ ମଧ୍ୟରୁ ରବିବାର ଦିନ ଆସିଥିବା ରିପୋର୍ଟରେ ଏହି ୩୦ ବର୍ଷିୟା ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲ। ପ୍ରକାଶ ଥାଉ କି ଗତ ବୁଧବାର ଦିନ ଚିହ୍ନଟ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ସେହି ଆନନ୍ଦପୁର ଉପଖଣ୍ଡ ର ପଞ୍ଝୁପଲ୍ଲୀ ପଞ୍ଝାୟତ ଅନ୍ତର୍ଗତ ନୁଆଗାଁର ଥିଲା। ଆନନ୍ଦପୁର ଅଞ୍ଝଳର ବହୁ ସଂଖ୍ୟରେ ଶ୍ରମିକ କୋଲକତା ଅଞ୍ଝଳରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ଲକ୍‌ଡାଉନ କାରଣରୁ ଆର୍ଥିକ ଅନାଟନ ମଧ୍ୟରେ ରହୁଥିବା ସଂପୃକ୍ତ ଶ୍ରମିକ ମାନେ ବହୁ ସଂଖ୍ୟାରେ ଘର ମୁହାଁ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ପ୍ରକାଶ ପାଇଛି ବୋଲି ବିଭିନ୍ନ ବର୍ଗରୁ ମତ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ରାଜସ୍ଥାନର କୋଟାରୁ ୬ ଜଣ ଅଭିଭାବକ ମାନଙ୍କ ସହ ଫେରୁଥିବା ୨୧ ଜଣ ଛାତ୍ରଙ୍କ କୋଭିଡ -୧୯ ନୁଶାରେ ସମସ୍ତ ପରୀକ୍ଷା ନିରୀକ୍ଷା ସହ କ୍ୟୁରେଟାଂଇନ ରେ ରଖାଯିବାର ବ୍ୟବସ୍ଥା କରାଯାଉଛି ଏବଂ ଜିଲ୍ଲାକୁ ଫେରୁଥିବା ଅନ୍ୟାନ୍ୟ ଶ୍ରମିକ ମାନଙ୍କୁ ପଞ୍ଝାୟତ ସ୍ତରରେ ରହିଥିବା କ୍ୟୁରେଟାଂଇନରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏବଂ ପଞ୍ଝୁଗୋଛିଆ ଗ୍ରାମ ପଞ୍ଝାୟତର କେଉଁ କେଉଁ ଅଞ୍ଝଳକୁ କ୍ୟୁରେଟାଂଇନ ଜୋନରେ ରଖାଯିବ ସେ ସଂପର୍କରେ ତର୍ଜମା କରାଯାଉଥିବା ମଧ୍ୟ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.