Home ଓଡ଼ିଶା ନାଫେଡ଼ ଓଡ଼ିଶାରେ ସୁଲଭ ଦରରେ ପିଆଜ ବିକ୍ରୀ କରୁ

ନାଫେଡ଼ ଓଡ଼ିଶାରେ ସୁଲଭ ଦରରେ ପିଆଜ ବିକ୍ରୀ କରୁ

131

ସମ୍ବଲପୁର, ୨୩/୯ (ଓଡ଼ିଆ ପୁଅ) ଦିଲ୍ଲୀଭଳି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ନାଫେଡ଼ ସଂସ୍ତା ପକ୍ଷରୁ ଓଡ଼ିଶାରେ ମଧ୍ୟ କେଜି ପ୍ରତି ଚବିଶ ଟଙ୍କା ଦରରେ ପିଆଜ ବିକ୍ରୀ କରାଯାଉ ବୋଲି ସମ୍ବଲପୁର ବିଚାର ମଂଚ ପକ୍ଷରୁ ଦାବି କରାଯାଇଛି। ଆଜି ମଂଚର ଏକ ପ୍ରତିନିଧି ଦଳ ଅତିରିକ୍ତ ଜଲ୍ଲାପାଳ ଡ଼. ଲିଂଗରାଜ ପଂଡ଼ାଙ୍କୁ ସାକ୍ଷାତ କରି ଏହ ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଚନ୍ତି। ସମ୍ବଲପୁର ଜିଲ୍ଲାରେ ଗତ ଅଗଷ୍ଟ ମାସରେ ପିଆଜ କେଜି ପ୍ରତି ପଚିଶ ଟଙ୍କା ରହିଥିଲା। ଏବେ ଏହା ପଚାଶ ଟଙ୍କାରେ ପହଂଚିଛି। ଚାଷୀ, ଗରିବ, ଖଟିଖିଆ ଏବଂ ନିମ୍ନ ମଧ୍ୟବିତ ଶ୍ରେଣୀ ପାଇଁ ଭାତ ସହିତ ପିଆଜ ଓ ଲୁଣ ଏକମସତ୍ର ଭରସା। ଏବେ ପିଆଜର ଆକାଶ ଛୁଆଁ ମୂଲ୍ୟବୃଦ୍ଦି ହେତୁ ଏମାନଙ୍କ ସହିତ ସାଧାରଣ ଖାଉଟିଙ୍କ ଉପରେ ଭାଲେଣି ପଡ଼ିଛି। ଜୁନ ମାସରେ ପିଆଜର ପାଇକାରୀ ମୂଲ୍ୟ କ୍ୱିଂଟାଲ ପ୍ରତି ୩୫୦ ରୁ ୪୦୦ ଟଙ୍କା ଥିଲା। ତେବେ ମୁନାଫାଖୋର ଓ ଅସାଧୁ ତତ୍ୱଙ୍କ ଯୋଗୁ ପିଆଜର ଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବୋଲି ମଂଚର ଆବାହକ ବେଣୁଧର ଦାଶଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମାନେ ଅଭିଯୋଗ କରିଥିଲେ। ଏଣୁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସହିତ ଯୋଗାଯୋଗ କରି ଓଡ଼ିଶାରେ ମଧ୍ୟ ନାଫେଡ଼ ଭଳି ସଂସ୍ତା ଜରିଆରେ ସୁଲଭ ମୂଲ୍ୟରେ ବିକ୍ରୟ କରିବା ସକାଶେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଏହି ସ୍ମାରକ ପତ୍ରରେ ଦାବି କରାଯାଇଛି। ଅତିରିକ୍ତ ଜଲ୍ଲାପାଳଙ୍କ ସହିତ ଏହି ପ୍ରତିନିଧି ଦଳରେ ଅମୂଲ୍ୟ କୁମାର ମିଶ୍ର, ମାନସ ବକ୍ସି, ସୁବାସ ଚନ୍ଦ୍ର ନନ୍ଦ, ଶ୍ରୀକାନ୍ତ ପାଣୀଗ୍ରାହୀ, ମୁକେଶ ଜରିଓାଲ, ଚନ୍ଦ୍ର ଶେଖର ନାଏକ, ରୁନୁ ପ୍ରଧାନ, ଅଶୋକ ଅଗ୍ରଓାଲ, ମମତା ପଂଡ଼ା, ସୁବ୍ରତ ପଂଡ଼ା, ଜଗନ୍ନାଥ ଆଚାର୍ଯ୍ୟ, ଅନ୍ନପୂର୍ନା ବାରିକ, ଅରୁଣ କୁମାର ଦାଶ, ଜନାର୍ଦ୍ଦନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାରେ ପିଆଜର ଦର ହ୍ରାସ କରିବା ପାଇଁ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.