Home କୋରାପୁଟ ନକ୍ସଲ ଗତିବିଧି ଶୂନ୍ୟପାଖାପାଖି ଆଣିବାକୁ ପୋଲିସ ଦୃଢ ସଂକଳ୍ପ ନେଇଛି-ଡିଜି ଅଭୟ

ନକ୍ସଲ ଗତିବିଧି ଶୂନ୍ୟପାଖାପାଖି ଆଣିବାକୁ ପୋଲିସ ଦୃଢ ସଂକଳ୍ପ ନେଇଛି-ଡିଜି ଅଭୟ

30

କୋରାପୁଟ ୦୭-୦୨(ଓଡିଆ ପୁଅ /ରଂଜନ ଦାସ) ଡିଜିପି  ଅଭୟ ରବିବାର  ଦିନ କୋରାପୁଟ  ଜିଲ୍ଲା ଗସ୍ତ କରି ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ନକ୍ସଲ ଦମନ ଓ ଚୋରା ଗଞେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ । କୋରାପୁଟ ରେଳବାଇ ଷ୍ଟେସନ ପଛରେ ନୂତନ ଭାବରେ ନିର୍ମିତ ପୋଲିସ ଆରଆଇ କାର୍ଯ୍ୟଳୟକୁ ସେ ଉଦଘାଟନ କରିଥିଲେ ।ଗତ ବର୍ଷରେ ଜଣ କଣ ଭଲ କାମ ହୋଇଥିଲା ଓ ଆସନ୍ତାବର୍ଷ କାର୍ଯ୍ୟକ୍ରମ ନିମନ୍ତେ ସମୀକ୍ଷା କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ । ନକ୍ସଲ ପ୍ରଭାବ ହ୍ରାସ ପାଇଥିବା ବେଳେ  ଚୋରା ଗଞେଇ ଚାଲାଣକାରୀଙ୍କୁ ଗିରଫ କରିବା ଓ  ସଂପତି ବ୍ୟାଜାପ୍ତି କରିବାରେ ପୋଲିସ ସଫଳତା ପାଇଥିବା ସେ ସୂଚନା ଦେଇଥିଲେ ।ମାଲାକାନଗିରି ଜିଲ୍ଲାର ବିଛିନାଂଚଳରେ ନକ୍ସଲଙ୍କ ଯେଉଁ ପ୍ରଭାବ ରହିଥିଲା ତାହା ହ୍ରାସ ପାଇଥିବା ସେ ପ୍ରକାଶ କରିଥିଲେ ।ନକ୍ସଳ ଗତିବିଧକୁି ଶୂନ୍ୟପାଖାପାଖି ଆଣିବାକୁ ଦୃଢସଂକଳ୍ପ  ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ ।ଯେଉଁ ନକ୍ସଲମାନେ ବଂଚି ଯାଇଛନ୍ତି ସେମାନେ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ  ା ଗତ ବର୍ଷକ ମଧ୍ୟରେ  ପୋଲିସ ନକ୍ସଲ ମୁକାବିଲା ଓ ଚୋରା ଗଞ୍ଜେଇ  ଚାଲାଣରେ ଯେଉଁ ସଫଳତା ପାଇଛି ଆସନ୍ତା ବର୍ଷରେ ମଧ୍ୟ ତାହା ବଜାୟ ରଖିବା ନେଇ ସମୀକ୍ଷା କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ ।ଉଦଘାଟନ କାର୍ଯ୍ୟକ୍ରମ ପରେ ସେ କୋରାପୁଟ ଜିଲ୍ଲାର ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପାଖକୁ ଯାଇ କଥା ହୋଇଥିଲେ । ସମୀକ୍ଷା ବୈଠକରେ ଏଡିଜି ୟୋଶବନ୍ତ କୁମାର ଜେଠୁୱା,ଗୋଇନ୍ଦା ନିର୍ଦ୍ଦେଶକ ଆର .କେ. ଶର୍ମା, ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି  ପଣ୍ଡିତ ରାଜେଶ ଉତମ ରାଓ,ଏସପି ବରୁଣ ଗୁଣ୍ଠୁପାଲି , ଦକ୍ଷିଣ -ପଶ୍ଚିମାଂଚଳ ରେଂଚର ସମସ୍ତ ଏସପି ,ବିଏସଏଫ ,କୋବ୍ରା. ଏସଓଜି କମାଣ୍ଡାଂଟ ଉପସ୍ଥିତ ଥିଲେ ।ଉଦଘାଟନ କାର୍ଯକ୍ରମରେ ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ  ଓ  ବିମଳକାନ୍ତ  ବ୍ରହ୍ମା , କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକ ଉପସ୍ଥିତ ରହିଥିବା ବେଳେ ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.