Home କୋରାପୁଟ ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା

ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା

60

କୋରାପୁଟ ୦୭-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବାଗାନ୍ଧି ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଲକ୍ଷ୍ମି ପ୍ରସାଦ ରଥଙ୍କ ପତ୍ନୀ ବିଜୟଲକ୍ଷ୍ମି ନାୟକଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି ।କିଛିଦିନ ତଳେ ଜ୍ୱରରେ ଆକ୍ରାନ୍ତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।ଗତକାଲି ବିଶାଖାପାଟଣା ଯାଉଥିବା ବେଳେ ଦେହ ଅସୁସ୍ଥତା ଦେଖାଦେବାରୁ ତାଙ୍କୁ ବିଜୟନଗରମ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।ଚିକିତ୍ସାଧିନ ଅବସ୍ଥାରେ   ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ଆଜି କୋରାପୁଟ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମସଂସ୍କାର କରାଯାଇଥିଲା ।ସେ ଜଣେ ମିଷ୍ଟଭାଷୀ , ବନ୍ଧୁବତ୍ସଳ ଓ ଉତମ  ପ୍ରଧାନଶିକ୍ଷୟତ୍ରୀ ଭାବେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି , କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତି , କୋରାପୁଟ ପ୍ରେସକ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ,  ସାମ୍ବାଦିକ ଅମିତାଭ ବେହେରା , ସିଏଚ.ସାନ୍ତାକାର , ଘନଶ୍ୟାମ ରଥ , ପ୍ରଶାନ୍ତ ସାମନ୍ତରାୟ ,ମନୋଜ ନାୟକ , ଏସ.ଆଚାର୍ଯ୍ୟ ,ବିଦ୍ୟାଧର ଚୈାଧୁରୀ ,ଶିକ୍ଷକ ପ୍ରଦୀପ କୁମାର ପାତ୍ର ,  ଭି.ରାମ ବ୍ରହ୍ମା ,ସୁରେନ ବେହେରା , ଦଶମନ୍ତପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୟାନିଧି ବାଘ , କୋରାପୁଟ ବାର ଆସୋସିଏସନର ସଭାପତି ଅଜିତ କୁମାର ପାତ୍ର ,ଅବସରପ୍ରାପ୍ତ ଶିକ୍ଷକ ନରସିଂହ ଦାସ  ଓ ଦିଗାମ୍ବର ଷଡଙ୍ଗୀ ,ପୂର୍ବତନ ବିଧାୟକ ନିମାଇଁ ସରକାର , କଂଗ୍ରେସ ନେତା ରୂପତ ତୁରୁକ , ପୂର୍ବତନ ନଗରପାଳ ଭଗବାନ ବାହିନିପତି , ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ , ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଶୋକ ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.