Home ଅପରାଧ ନକଲି ପୁଲିସ ବେଶ ଧରି ମହିଳାଙ୍କଠୁ ଲୁଟ କଲେ ଲୁଟେରା

ନକଲି ପୁଲିସ ବେଶ ଧରି ମହିଳାଙ୍କଠୁ ଲୁଟ କଲେ ଲୁଟେରା

147

ଭଦ୍ରକ,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ନକଲି ପୋଲିସ ବେଶରେ ଲୁଟ । ଆଜ୍ଞା ହଁ, ଭଦ୍ରକ ଜିଲ୍ଲାରେ ଏବେ ଅସଲି ପୋଲିସକୁ ଚ୍ୟାଲେଞ୍ଜ ଦେଉଛି ନକଲି ପୋଲିସ । ଜଣଙ୍କ ପରେ ଜଣେ ବୃଦ୍ଧ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ପୁଣି ଜଣେ ବୃଦ୍ଧ ମହିଳା ଏହି ନକଲି ପୋଲିସର ଶିକାର ହୋଇ ସୁନା ଅଳଙ୍କାର ହରାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅସୁରା ଗ୍ରାମର ୫୭ ବର୍ଷୀୟ ସୂର୍ଯ୍ୟମଣୀ ପୃଷ୍ଟି ଭଦ୍ରକ ବାଇପାସ୍ ସ୍ଥିତ ନେସ୍କୋ ଅଫିସରେ ପିଅନ ଭାବେ କାର୍ଯ୍ୟ କରନ୍ତି । ପ୍ରତିଦିନ ପରି ଅଫିସ କାମ ସାରି ଚରମ୍ପାରୁ ଅଟୋ ଯୋଗେ ଆସି ୧୬ ନଂ ଜାତୀୟ ରାଜପଥ ନିକଟ ରାହାଞ୍ଜ ଛକରେ ଓହ୍ଲାଇ ରାସ୍ତା ପାର ସମୟରେ ବାଇକରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.