Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ୫୨ ନୂଆ ଆକ୍ରାନ୍ତ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୦

ଚିହ୍ନଟ ହେଲେ ୫୨ ନୂଆ ଆକ୍ରାନ୍ତ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୦

36

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୦ହଜାର ୬୪୦ । ମୋଟ ୮ ହଜାର ୯୫୮ଜଣ ଆକ୍ରାନ୍ତଙ୍କ ସୁସ୍ଥ ହେବା ପରେ ଜିଲ୍ଳାରେ ଆଉ ୧୬୫୦ । ଏହି ଆକ୍ରାନ୍ତମାନେ ହେଲେ ବନ୍ତ ବ୍ଲକର ଆପ୍‌ତୀରା ଗ୍ରାମରୁ ୨ଜଣ, ବଡମହିଷିଗୋଠ ଗ୍ରାମରୁ ଜଣେ, ମହାନ୍ତିପଡା ଗ୍ରାମରୁ ୨ଜଣ, ରାଉତରାପୁର ଗ୍ରାମରୁ ଜଣେ, ଗଣିଜାଙ୍ଗ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚାନ୍ଦବାଲି ବ୍ଲକର ମୃଗନୟନୀ ଗ୍ରାମରୁ ଜଣେ, ଭୁଇଁବୃତ୍ତି ଗ୍ରାମରୁ ଜଣେ, ତେନ୍ତୁଲିଡିହ ଗ୍ରାମରୁ ଜଣେ, ହରିପୁରରୁ ଜଣେ ଓ ଚାନ୍ଦବାଲି ଏନ୍‌ଏସିର ୧୧ ନଂ ୱାର୍ଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଲକର ନନ୍ଦପୁର ଗ୍ରାମରୁ ୨ଜଣ, ସୁଗୋରୁ ଜଣେ, ସୁଦର୍ଶନପୁରରୁ ଜଣେ । ତିହିଡ଼ି ବ୍ଲକର ନୟାପାଟଣା ଗ୍ରାମରୁ ଜଣେ, ମହରମପୁର ଗ୍ରାମରୁ ୩ଜଣ, ସାହାପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡ ନରିପୁର ଗ୍ରାମରୁ ୨ଜଣ, ୧୧ ନଂ ୱାର୍ଡ ନୂଆବଜାରରୁ ଜଣେ, ୬ ନଂ ୱାର୍ଡ ଗୋପବନ୍ଧୁନଗରରୁ ଜଣେ, ୯ ନଂ ୱାର୍ଡ ଆଚାର୍ଯ୍ୟନଗରରୁ ଜଣେ, ୮ ନଂ ୱାର୍ଡ ପ୍ରାଚୀନଗରରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକ ଆଦମପୁରରୁ ଜଣେ, ଆଖୁଆପଦାରୁ ୩ଜଣ, କୋଟଶିରାରୁ ଜଣେ, ନେଉଳା ଗ୍ରାମରୁ ୩ଜଣ, ସରସଦାରୁ ଜଣେ, ଓଲା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର କାଳିଦାସପୁର ଗ୍ରାମରୁ ଜଣେ, ବାମନବିନ୍ଧା ଗ୍ରାମରୁ ୨ଜଣ, ପାଇସାହି ଗ୍ରାମରୁ ଜଣେ, ସାବରଙ୍ଗ ଗ୍ରାମରୁ ୨ଜଣ, ରାନ୍ଦିଆରୁ ଜଣେ, ଧର୍ମଶରଣବିନ୍ଧା ଗ୍ରାମରୁ ୩ଜଣ ଚିିହ୍ନଟ ହୋଇଛନ୍ତି । ଧାମନଗର ବ୍ଲକ କଲ୍ୟାଣୀ ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକରୁ ୩ଜଣ ଓ ଖଇରା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.