Home ଜିଲ୍ଲା ପରିକ୍ରମା ଧାମନଗର ପ୍ରେସ କ୍ଲବର ୩୫ତମ ପ୍ରତିଷ୍ଠା ଦିବସ ପାଳିତ

ଧାମନଗର ପ୍ରେସ କ୍ଲବର ୩୫ତମ ପ୍ରତିଷ୍ଠା ଦିବସ ପାଳିତ

23

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପବିତ୍ର ଉତ୍କଳ ଦିବସ ଅବସରରେ ଆଜି ଧାମନଗର ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସଭାପତି ବାସୁଦେବ ତ୍ରିପାଠୀଙ୍କ ସଭାପତିତ୍ୱରେ ସାଧାରଣ ସଂପାଦକ ପ୍ରଦୀପ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ବରିଷ୍ଠ ସଦସ୍ୟ ରସାନନ୍ଦ ମହାପାତ୍ର, ଅନିଲ କୁମାର ବାରିକ, କାର୍ଯ୍ୟକାରୀ ସଭାପତି କିଷାନ କୁମାର ରାଉତ, ଉପସଭାପତି କୃଷ୍ଣଚନ୍ଦ୍ର ଜେନା ଓ ସେକ ଜାଫର ଅଲ୍ଲୀ, ଅନନ୍ତ କୁମାର ଜେନା, ସୁଧାକର ଦାଶ, ପ୍ରମୋଦ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ସାହୁ, ରମେଶ ଚନ୍ଦ୍ର ବେହେରା, ସୁଶାନ୍ତ ରାଉତ, ଗୋଲାମ ଜିଲାନୀ ହବିବ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରେସ କ୍ଲବର ୩୫ ତମ ପ୍ରତିଷ୍ଠା ଦିବସକୁ କରୋନା କଟକଣା ଯୋଗୁଁ ଅତି ନିରାଡମ୍ବର ଭାବେ ପାଳନ କରାଯାଇଛି । ଆଗାମୀ ଦିନରେ ପ୍ରେସ କ୍ଲବର ବାର୍ଷିକ ଉତ୍ସବ ପାଳନ ପାଇଁ ସ୍ଥିର କରାଯାଇଛି । ପରେ ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକରେ ସାମ୍ବାଦିକ ମାନଙ୍କ ସମସ୍ୟା, କରୋନା ସମୟରେ ନିଜକୁ ସତର୍କ ରଖି ଖବର ସଂଗ୍ରହ କରିବା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଶେଷରେ କ୍ଲବର ସଂପାଦକ ସରୋଜ କୁମାର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.