Home ଜିଲ୍ଲା ପରିକ୍ରମା ଦୋବଲ ବଜାରରୁ ୫ ଜବରଦଖଲ ଦୋକାନୀ ଉଚ୍ଛେଦ

ଦୋବଲ ବଜାରରୁ ୫ ଜବରଦଖଲ ଦୋକାନୀ ଉଚ୍ଛେଦ

30

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର-ଖଡିପଦା ରାସ୍ତାର ଦୋବଲ ଠାରେ ଗେଙ୍ଗୁଟି ନଦୀରେ ଏକ ପକ୍କା ପୋଲ ନିର୍ମାଣଧୀନ ଚାଲିଥିବା ବେଳେ ଦୋବଲ ବନ୍ଧ ଉପରେ କେତେକ ଦୋକାନ ଜବରଦଖଲ କରିଛନ୍ତି । ଫଳରେ ନିର୍ମାଣଧୀନ ପୋଲ କାର୍ଯ୍ୟରେ ବାଧା ଉତ୍ପନ ହେଉଛି । ଧାମନଗର ତହସିଲଦାରଙ୍କ ପକ୍ଷରୁ ସେମାନଙ୍କୁ ବାରମ୍ବାର ସେଠାରୁ ହଟିବା ପାଇଁ ନୋଟିସ କରିଥିଲେ ମଧ୍ୟ ସେମାନଙ୍କ ଦୋକାନ ନଉଠାଇବାରୁ ଆଜି ତହସିଲଦାରଙ୍କ ନିର୍ଦେଶ କ୍ରମେ ୧ ପ୍ଲାଟୁନ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଜେସିବି ମାଧ୍ୟମରେ ୫ଟି ଦୋକାନକୁ ଭାଙ୍ଗି ଦିଆଯାଇଥିଲା । ପ୍ରକାଶ ଥାଉକି ଦୀର୍ଘ ଦିନ ହେବ ଉକ୍ତ ପୋଲ ନିର୍ମାଣ ବେଳେ ବିଦ୍ୟୁତ ତାର ଲାଗି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ଆଜି ଏହି ଦୋକାନ ଭଙ୍ଗାଯିବା ପରେ ତୁରନ୍ତ ପୋଲ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଅମ୍ବିକାବଲ୍ଲଭ ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି ଉଚ୍ଛେଦ ବେଳେ ତହସିଲଦାର ରାଧାକାନ୍ତ ବାରିକ, ପୁଲିସ ଏସଆଇ ମୋତିଲାଲ ମାରାଣ୍ଡି, ଏଏସଆଇ ହୃଷିକେଶ ବିଶ୍ୱାଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.