Home କେନ୍ଦ୍ରାପଡ଼ା ନାବାଳିକାକୁ ଏକତରଫା ପ୍ରେମ କରି ହଇରାଣ କରିବା ଘଟଣାରେ ଅଭିଯୁକ୍ତ ଗିରଫ

ନାବାଳିକାକୁ ଏକତରଫା ପ୍ରେମ କରି ହଇରାଣ କରିବା ଘଟଣାରେ ଅଭିଯୁକ୍ତ ଗିରଫ

50

କେନ୍ଦ୍ରାପଡା, ୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜନୈକ ନାବାଳିକାକୁ ଏକ ତରଫା ପ୍ରେମ କରି ବିଭିନ୍ନ ସମୟରେ ହଇରାଣ କରିବା ଅଭିଯୋଗରେ ଜଣେ ଯୁବକକୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ହାଲପୁର ଗ୍ରାମର ଜନୈକ ୧୬ବର୍ଷର ନାବାଳିକାକୁ ଏକ ତରଫା ପ୍ରେମ କରି ତାକୁ ହଇରାଣ ହରକତ କରିବା ଓ ଧମକ ଦେବା ଅଭିଯୋଗରେ ୫୬/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ଆଇପିସିର ଧାରା ୩୪୧, ୩୫୪(କ) ଓ ୫୦୬ଦଫାରେ ସେହି ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ଅଜୟ କୁମାର ସେଠୀଙ୍କ ପୁଅ ଲିଟୁ ଓରଫ ତୁଷାରକାନ୍ତ ଦାସ(୨୩)କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.