Home ଜିଲ୍ଲା ପରିକ୍ରମା ଦୁଇଦିନ ପରେ ରେବ ନଦୀରୁ ଗ୍ରାମରକ୍ଷୀଙ୍କ ମୃତଦେହ ଉଦ୍ଧାର

ଦୁଇଦିନ ପରେ ରେବ ନଦୀରୁ ଗ୍ରାମରକ୍ଷୀଙ୍କ ମୃତଦେହ ଉଦ୍ଧାର

13

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତ ଓରାଳି ଗ୍ରାମର ଗ୍ରାମରକ୍ଷୀ ଚନ୍ଦ୍ରମଣି ଜେନା (୭୫)ଙ୍କର ମୃତଦେହ ଦୁଇଦିନ ପରେ ଈଶ୍ୱରପୁର ନିକଟ ରେବନଦୀରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପୀରହାଟ ପୁଲି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପ୍ରକାଶ ଯେ, ତିହିଡ଼ି ଥାନାର ଗ୍ରାମରକ୍ଷୀ ଚନ୍ଦ୍ରମଣି ଶୁକ୍ରବାର ଭୋର ୫ଟା ସମୟରେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରି ନପାଇବାରୁ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ତିହିଡ଼ି ଦମକଳ ବାହିନୀକୁ ଜଣାଇଥିଲେ । ଦମକଳ ବାହିନୀ ପକ୍ଷରୁ ଆଗ୍ନିକ ଆଲୋକଦେବ ଗୋସ୍ୱାମୀଙ୍କ ନେତୃତ୍ୱରେ ଏକ ଟିମ୍ ମୃତ ଚନ୍ଦ୍ରମଣିଙ୍କ ଗ୍ରାମ ନିକଟସ୍ଥ ନଦୀରେ ଖୋଜାଖୋଜି କରିଥିଲେ । ସେଠାରେ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ପରେ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମ ନିକଟରେ ଯାଇଥିବା ରେବନଦୀରେ ଚନ୍ଦ୍ରମଣିଙ୍କ ମୃତଦେହ ଭାସୁଥିବାରୁ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ôଚ ମୃତଦେହକୁ ଉଦ୍ଧାର କରିଥିଲେ । ଗ୍ରାମରକ୍ଷୀ ଚନ୍ଦ୍ରମଣି ନଈରେ ପଡ଼ି ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.