Home ଓଡ଼ିଶା ଥାଇଲ୍ୟାଣ୍ଡ ଗସ୍ତରେ ମୋଦି

ଥାଇଲ୍ୟାଣ୍ଡ ଗସ୍ତରେ ମୋଦି

162

ନୂଆଦିଲ୍ଲୀ, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ଆଜିଠାରୁ ତିନି ଦିନିଆ ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂଚନା ଅନୁସାରେ, ଥାଇଲାଣ୍ଡରେ ଏସିଆନ, ଇଷ୍ଟ ଏସିଆ ଓ ଆରସିଇପି ସମ୍ମିଳନୀରେ ଯୋଗ ଦେବେ। ଗସ୍ତ ସମୟରେ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଗସ୍ତର ପ୍ରଥମ ଦିନରେ ଥାଇଲାଣ୍ଡର ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କୁ ଉଦବୋଧନ ଦେବେ। ଏହି ଗସ୍ତ ଅବସରରେ ସେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀ ଅବସରରେ ଏକ ମୁଦ୍ରା ଜାରି କରିବେ। ଗସ୍ତର ଦ୍ବିତୀୟ ଦିନରେ ମୋଦି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସ୍ବତନ୍ତ୍ର ମଧ୍ୟାହ୍ନ ଭୋଜନରେ ଯୋଗଦେବେ। ଏଥିରେ ପୂର୍ବ ଏସିଆ ଦେଶଗୁଡିରୁ ସମ୍ମିଳନୀରେ ଯୋଗଦେଇଥିବା ନେତାମାନେ ମଧ୍ୟ ଯୋଗଦେବେ। ତିନି ଦିନିଆ ଗସ୍ତର ଶେଷ ଦିନରେ ମୋଦି ୧୪ ତମ ଇଷ୍ଟ ଏସିଆ ସମ୍ମିଳନୀରେ ଯୋଗଦେବେ। ଏସିଆନ-ଭାରତ ସମ୍ମିଳନୀରେ ମୋଦୀ ୭ମ ଥର ପାଇଁ ଭାଗ ନେଉଥିବା ବେଳେ ଇଷ୍ଟ ଏସିଆ ସମ୍ମିଳନୀରେ ୬ଷ୍ଠ ଥର ପାଇଁ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ।

ଗସ୍ତର ଦ୍ୱିତୀୟ ଦିନରେ ମୋଦୀ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନରେ ଯୋଗଦେବେ। ଏହି ମଧ୍ୟାହ୍ନ ଭୋଜନରେ ପୂର୍ବ ଏସିଆ ଦେଶଗୁଡ଼ିକରୁ ସମ୍ମିଳନୀରେ ଯୋଗଦେଇଥିବା ନେତାମାନେ ମଧ୍ୟ ଯୋଗଦେବେ। ଗ୍ଲୋବାଲ ସସଷ୍ଟାଇନେବୁଲ ବିକାଶ ଏଜେଣ୍ଡା ନେଇ ନେତାମାନେ ନିଜର ଭାବ ଆଦାନ ପ୍ରଦାନ କରିବେ। ଗସ୍ତର ଅନ୍ତିମ ଦିନରେ ମୋଦୀ ୧୪ତମ ଇଷ୍ଟ ଏସିଆ ସମ୍ମିଳନୀରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.