Home ଅନୁଗୁଳ  ଚା’ପିଉଥିବା ବେଳେ ଦୁର୍ବୃତ୍ତଙ୍କ ଛୁରାମାଡରେ ଚା’ପିଆଳିର ମୃତ୍ୟୁ

 ଚା’ପିଉଥିବା ବେଳେ ଦୁର୍ବୃତ୍ତଙ୍କ ଛୁରାମାଡରେ ଚା’ପିଆଳିର ମୃତ୍ୟୁ

80

ଅନୁଗୁଳ୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସକାଳ ୭ଘଠିକା ସମୟରେ ପାଲହଡା ସହର ଏକ ଚା ଦୋକାନ ସମ୍ମୁଖରେ ଜଣେ ବୃକ୍ତି ଚା ପିଉଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଚା ପିଉଥିବା ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ପୁଲିସ ନିକଟରୁ ସୁଚନା ମିଳିଛି । ସୂଚନା ଅନୁଯାୟୀ ପାଲଲହଡ଼ା ସହରର ଇଲେକ୍ଟ୍ରି ଅଫିସ ଛକରେ ଆଜି ସକାଳେ ନରେନ୍ଦ୍ର ବେହେରା ନାମକ ଜଣେ ଯୁବକ ଚା ପିଉଥିବା ବେଳେ ଉକ୍ତ ଯୁବକଙ୍କୁ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ପୁଲିସ ନିକଟରୁ ସୁଚନା ମିଳିଛି। ନରେନ୍ଦ୍ର ଜଣେ ଯୁବତୀଙ୍କୁ ଅପହରଣ କରିବା ମାମଲାରେ ଗିରଫ ହୋଇ ତାଳଚେର ଜେଲରେ ଥିଲେ। ସେ ଗତ ୨୨ ତାରିଖରେ ଜାମିନରେ ମୁକୁଳିଥିଲେ।ଆଜି ସକାଳ ସାଢ଼େ ୭ଟା ସମୟରେ ସେହି କଥାକୁନେଇ ନରେନ୍ଦ୍ର ବେହେରା(୨୫)ଙ୍କ ସହ ଉକ୍ତ ଦୁର୍ବୃତ୍ତମାନଙ୍କ ସହ ବଚସା ହୋଇଥିଲା। ତାପରେ ସେମାନେ ଉତକ୍ଷିପ୍ତ ହୋଇ ଛୁରି ଭୁସି ହତ୍ୟା କରିଥିଲେ। ଦୁର୍ବୃତ୍ତ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ପକ୍ଷରୁ କୁହାଯାଉଛି ଯେ ଏହି ହତ୍ୟାକାଣ୍ଡରେ ଜଡ଼ିତ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.