Home ଓଡ଼ିଶା ତିନୋଟି ଗାଡି ସହ ୧୫୨୯ କେଜି ଗଞ୍ଜେଇ ଜବତ, ୬ଜଣ ଗିରଫ

ତିନୋଟି ଗାଡି ସହ ୧୫୨୯ କେଜି ଗଞ୍ଜେଇ ଜବତ, ୬ଜଣ ଗିରଫ

133

ମାଲକାନଗିରି, ୨୨ା୮ (ଓଡିଆ ପୁଅ )ଚୋରା ଗଞ୍ଜେଇ ଚାଷ ଓ ଚୋରା ଚାଲାଣର ଭୁସ୍ୱର୍ଗ ମାଲକାନଗିରି ଜିଲ୍ଲା ପାଲଟିଥିବା ବେଳେ ଏସିପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଜୋରଦାର ଚଢଉ ଆରମ୍ଭ ହୋଇଯାଇଛି। ଗତ ଦୁଇଦିନ ମଧ୍ୟରେ ମାଥିଲି ଓ ଚିତ୍ରକୋଣ୍ଡା ଥାନା ପୁଲିସ ଙ୍କୁ ବଡଧରଣ ସଫଳତା ମିଳିଛି। ଏହି ଦୁଇଟି ଥାନା ପକ୍ଷରୁ ଚଢଉ କରାଯାଇ ତିନୋଟି ଗାଡି ଓ ୧୫୨୯କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ ସହ ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ମାଥିଲି ଥାନାର ସବଇନିସପେକ୍ଟର ନରେନ୍ଦ୍ର କୁମାର ଭତ୍ରା ଓ ପୁଲିସ ସଦଳବଳ ଗୋବିନ୍ଦପାଲି ଛକ ନିକଟରେ ରାତ୍ର ପେଟ୍ରୋଲିଂ କରୁଥିବା ବେଳେ ବାଲିମେଳା ଆଡୁ ଏକ ଅଶୋକ ଲେଲିଆନ ଟ୍ରକ ଓ ହିରୋ ଡିଲକ୍ସ ମଟର ସାଇକେଲ ଦୃତଗତିରେ ଜୟପୁର ଅଭିମୁଖେ ପଳାଉଥିବାର ଦେଖି ତାକୁ ଗୋଡାଇ ଧରିଥିଲେ। ଟ୍ରକଟି କୁ ଜାଚଂକରିବାରୁ ସେଥିରୁ ୩୮ଟି ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ। ଟ୍ରକ, ମଟରସାଇକେଲ ଓ ଗଞ୍ଜେଇ ଜବତ ସହ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇଥିଲେ। ଆଜି ସକାଳେ ଜବତ ଗଞ୍ଜେଇଗୁଡିକୁ ଓଜନ କରିବାରୁ ୩୮ଟି ପ୍ଲାଷ୍ଟିକ ବସ୍ତାରେ ୧୨୧୭ କେଜି ୭୦୦ଗ୍ରାମ ଗଞ୍ଜେଇ ସେଥିରେ ଥିଲା। ଗିରଫ ବ୍ୟକ୍ତିମାନଙ୍କ ନିକଟରୁ ନଗଦ ୨, ୦୦୦ଟଙ୍କା, ୫ଟି ମୋବାଇଲ ଫୋନ, ଟ୍ରକ, ମଟରସାଇକେଲ ପୁଲିସ ଜବତ କରିଛି। ଗିରଫ ୪ଜଣ ହେଲେ ହରିଆନା ର ଇସାବ(୪୫), ବିରୁ ସିଂ(୨୬), ମଧ୍ୟପ୍ରଦେଶର ରାକେଶ ତିଓ୍ୟରୀ(୨୨) ଓ ମାଲକାନଗିରି ଜିଲ୍ଲା ଓରେକଲ ଥାନାସ୍ଥ ଏମଭି୫୨ ଗ୍ରାମର ତାପସ ସରଦାର(୨୮) ଏମାନେ ଚିତ୍ରକୋଣ୍ଡା ଅଚଂଳରୁ ଚୋରାରେ ଏହି ଗଞ୍ଜେଇ ଗୁଡିକୁ କ୍ରୟକରି ପଜାଂବ ହରିଆନା କୁ ବିକ୍ରୟ କରିବା ନିମନ୍ତେ ନେଉଥିବାର ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ଗିରଫ ୪ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଠିକ ସେହିପରି ଚିତ୍ରକୋଣ୍ଡା ଥାନା ସବଇନିସପେକ୍ଟର ନିଳାଦ୍ରୀ ଚରଣ ବିଶା୍ୱଳ ଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଗତକାଲି ରାତିରେ ଚିିତ୍ରକୋଣ୍ଡା ଗଜିଆଗୁଡା ଛକ ଠାରେ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ଏକ ବଲେରୋ ଗାଡି ସେହି ରାସ୍ତାରେ ଦୃତଗତିରେ ପଳାଇଥିବା ସମୟରେ ତାକୁ ଗୋଡାଇ ପୁଲିସ ଧରିଥିଲେ। ଗାଡି ଜାଚଂ କରିବାରୁ ସେଥିରୁ ୧୨ଟି ପଲିଥିନ ବସ୍ତାରେ ଗଜାଂଇଥିବାର ଦେଖିବାକୁ ପାଇଥିଲେ। ଗାଡି ସହ ସେଥିରେ ଥିବା ଦୁଇଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ। ଥାନାରେ ଗଞ୍ଜେଇ ଗୁଡିକୁ ଓଜନ କରିବାରୁ ୩୧୨କେଜି ହୋଇଥିଲା। ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ଦାନ୍ତୁନଗୁଡା ଗ୍ରାମର ହରିବନ୍ଧୁ ହନ୍ତାଳ(୨୮), ବିଶାଖାପାଟଣା ସିଲେରୁ ର କିମୁଡୁ ସୁନାଧର ଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ନଗଦ ୧୮୬୦ଟଙ୍କା ତିନୋଟି ମୋବାଇଲ ଫୋନ ଜବତ କରିଛନ୍ତି, ଚଳିତ ବର୍ଷ ମାଲାକନଗିରି ଜିଲ୍ଲାପୁଲିସ ପକ୍ଷରୁ ବିଭିନ୍ନସ୍ଥାନ ଚଢାଉକରା ଯାଇ ୫୭ଟି ଚୋରା ଗଞ୍ଜେଇ ଚାଲାଣ ମାମଲା ରୁଜିହୋଇଛି, ଗତକାଲି ସୁଦ୍ଧା ୧୭, ୦୭୭-୮୫୦କେଜି ଚୋରା ଗଞ୍ଜେଇ ଓ ୫୪ଟି ଗାଡି ଜବତ ସହ ୧୧୬ଜଣ ଙ୍କୁ ଗିରଫ କରାଯାଇଛି ବୋଲି ଆଜି ଏ ସମ୍ପର୍କ ମାଲକାନଗିରି ଏସଡିପିଓ ପ୍ରହ୍ଲାଦ ସାହାଇ ମୀନା ପ୍ରେସ ନୋଟ ମାଧ୍ୟମରେ ଗଣ ମାଧ୍ୟମକୁ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.