Home ଅପରାଧ ଡକାୟତ ଗ୍ୟାଙ୍ଗ ଗିରଫ

ଡକାୟତ ଗ୍ୟାଙ୍ଗ ଗିରଫ

96

ପୁରୀ ୨୦ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଗୋପ ଥାନା ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗୋପ ଥାନା ଏରବଙ୍ଗ ଗ୍ରାମରୁ ଗତ ଅକ୍ଟୋବର ୩୦ ତାରିଖ ରାତିରେ ୨ ଜଣ ବ୍ୟକ୍ତିଙ୍କ ଘରୁ ସୁନା, ରୁପା, ଟିଭି, ମୋବାଇଲ, ବାଇକ ଚୋରି ହୋଇଥିଲା। ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରି ଗୃହ ସାମଗ୍ରୀ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁଯାୟୀ ଗତ ମାସରେ ସେହି ଗ୍ରାମର ତାପସ ଏବଂ ଦୀପକଙ୍କ ଘରୁ ସ୍କାଇଲାଇଟ ଭାଙ୍ଗୀ ଚୋରି ହେବା ଗୋପ ଥାନାରେ ଅଭିଯୋଗ ହୋଇଥିଲା। ଗୋପ ଥାନା ଅଧିକାରୀ କାଳନ୍ଦୀ ବେହେରା ବିଶେଷ ସୂତ୍ରରୁ ଖବର ପାଇଁ ଗତ କାଲି ଏରବଙ୍ଗ ଗ୍ରାମରେ ଚଢ଼ାଉ କରି ଗୋପନାରାୟଣ ସେଠୀ, ଉତ୍ତମଭୋଇ, ରିଙ୍କୁରାଜ ଭୋଇ, ବାଦଲ ଭୋଇ, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଓ ତରଣୀ ଜେନା, ଗିରଫ କରି ପଚରାଉଚରା କରାଯିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା। ପରେ ବିଭିନ୍ନ ସ୍ଥାନରେ ବିକ୍ରି ଓ ଘରେ ରଖିଥିବା ୬୫ ଗ୍ରାମ ସୁନା ୭୨୦ ଗ୍ରାମ ରୁପା ଅଳଙ୍କାର, ନଗଦ ୪୮ ହଜାର ଟଙ୍କା, ଗୋଟିଏ ଏଲ୍ ଡି ଟିଭି, ଡିଜିଟାଲ କ୍ୟାମେରା, ହିରୋହୁଣ୍ତା ମୋଟର ସାଇକେଲ ଓ ମୋବାଇଲ୍ ସହିତ ଆଉ କେତେକ ଘର କରଣା ସାମଗ୍ରୀ କୁ ପୋଲିସ ଜବତ କରି ୬ ଜଣଙ୍କୁ କୋର୍ଟ ଚଲଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.