Home ଜିଲ୍ଲା ପରିକ୍ରମା ଛାତ୍ର ବିଜେଡି ସଭାପତି ଦିପ୍ତିସୂର୍ଯ୍ୟଙ୍କ ନାମରେ କାଉଣ୍ଟର ମାମଲା ରୁଜୁ

ଛାତ୍ର ବିଜେଡି ସଭାପତି ଦିପ୍ତିସୂର୍ଯ୍ୟଙ୍କ ନାମରେ କାଉଣ୍ଟର ମାମଲା ରୁଜୁ

43

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଛାତ୍ର ବିଜେଡି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ଭାଇ ତପ୍ତସୂର୍ଯ୍ୟ ବିଶ୍ୱାଳ, ସହଯୋଗୀ ମଳୟ ରଞ୍ଜନ ଜେନା ଓ ଦେବବ୍ରତ ଜେନାଙ୍କ ନାମରେ କାଉଣ୍ଟର ମାମଲା ଋଜୁ ହୋଇଛି । ନାଆମୀ ଗ୍ରାମର ମୋହନ ଦାସଙ୍କ ଅଭିଯୋଗ ଆଧାରରେ ୨୩୦/୨୧ନଂ ମାମଲା ଥାନାରେ ଋଜୁ ହୋଇଛି । ମୋହନ ମଞ୍ଜୁରୀରୋଡ ହାଇସ୍କୁଲ ନିକଟ ପରିବା ଦୋକାନରେ ଜରିବାନ୍ଧୁଥିବା ବେଳେ ଦିନ ପ୍ରାୟ ୨.୩୦ମି. ସମୟରେ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ଅଜୁ ସାହୁ, ସଞ୍ଜୁ ସାହୁ, ନିର୍ମଳ କର, ଅନିଲ କର, ସୁଶୀଲ କର, ବିଶ୍ୱଜିତ କର, ରଞ୍ଜିତ କର, ମନୋଜ କୁମାର ପରିଡା, ସୁବାସ ସେନାପତି, ଶତ୍ରୁଘନ ସେନାପତି, ଜୟଦେବ ସାହୁଙ୍କୁ ଆକ୍ରମଣ କରୁଥିବା ଦେଖିଥିଲେ । ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ଧରାଧରି କରିବାରୁ ଅଭିଯୁକ୍ତମାନେ ମୋହନକୁ ଆକ୍ରମଣ କରିଥିଲେ । ମୋହନ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.