Home ଜିଲ୍ଲା ପରିକ୍ରମା ଜୱାଦ ମାଡ଼ରେ ପାଚିଲା ଧାନ ଉଜୁଡ଼ିଲା, ଫସଲ ବଞ୍ଚାଇବାକୁ ଚାଷୀର ଉଦ୍ୟମ

ଜୱାଦ ମାଡ଼ରେ ପାଚିଲା ଧାନ ଉଜୁଡ଼ିଲା, ଫସଲ ବଞ୍ଚାଇବାକୁ ଚାଷୀର ଉଦ୍ୟମ

168

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକୃତିର ଆଉ ଏକ କରାଳ “ଜୱାଦ”ମାଡ଼ରେ ପାଚିଲା ଓ ଅଧାପାଚିଲା ଧାନ କ୍ଷେତ ଉଜୁଡ଼ିଗଲା ଯଦ୍ଦ୍ୱାରା ଚାଷୀମାନଙ୍କ ମୁହଁରେ ଥିବା ସରସ ଭାବ ମଉଳି ଯାଇଛି । ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଜୱାଦ ଯୋଗୁଁ ବର୍ଷା,ପବନ ହୋଇଥିଲା । ପାଚିଲା,ଅଧାପାଚିଲା ଧାନଗଛ ଗୁଡ଼ିକ ପବନରେ ଶୋଇଯିବା ପରେ ବର୍ଷା ପାଣିରେ ବୁଡ଼ି ରହିବା ଫଳରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଆଉ କେଇଟା ଦିନ ପରେ ଅମଳ ଧାନକୁ ଚାଷୀମାନେ ଖଳାକୁ ନେଇଥାନ୍ତେ ମାତ୍ର ଦୈବୀ ଦୁର୍ଘଟଣା ଯୋଗୁଁ ସମସସ୍ତେ ହତାଶ ହୋଇପଡ଼ିଛନ୍ତି । ଋଣ ଚିନ୍ତା ଚାଷୀମାନଙ୍କୁ ଅଧିକ ଗ୍ରାସ କରିଛି । ସାଧାରଣତଃ ଗାଁ ଗଣ୍ଡାରେ ଚାଷୀମାନେ ବ୍ୟାଙ୍କ କିମ୍ବା ଗାଁ ମହାଜନୀଠୁ ଋଣ କରି ଧାନ ଚାଷ କରିଥାନ୍ତି । ଧାନ ଅମଳପରେ ଏହାକୁ ବିକ୍ରୀ କରି ଋଣ ପରିଶୋଧ କରିଥାନ୍ତି । କେତେବେଳେ ମରୁଡ଼ିତ ପୁଣି କେତେବେଳ ଲଘୁଚାପ ବର୍ଷା ପରି ଦୈବୀ ଦୁର୍ବିପାକ ଯୋଗୁଁ ଚାଷୀମାନେ ବାରମ୍ବାର କ୍ଷତି ସହି ଅସୁଥିବାର ଅନେକ ନଜୀର ରହିଛି । ପାଚିଲା ଓ ଅଧା ପାଚିଲା ଧାନ ଉଜୁଡ଼ିବାରୁ ରକ୍ଷା କରିବା ପାଇଁ ଚାଷୀମାନେ ଶେଷ ସଂଗ୍ରାମ ଜାରୀ ରଖିଥିବାର ପରିଲକ୍ଷିତ ହୋଇଛି । ପବନରେ ଶୋଇପଡ଼ିଥିବା ଧାନଗଛକୁ ଗୋଛା କରି ବାନ୍ଧି ପାଣି ଦାଉରୁ ରକ୍ଷା କରିବା ପାଇଁ ଚାଷୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.