Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ସୂଚନା ୫-ଟିରେ ରୂପାନ୍ତରିତ ହେବ ୧୨ସ୍କୁଲ

ଜିଲ୍ଲାପାଳଙ୍କ ସୂଚନା ୫-ଟିରେ ରୂପାନ୍ତରିତ ହେବ ୧୨ସ୍କୁଲ

87

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଆଗରପଡ଼ା ସ୍ଥିତ ସ୍ମାର୍ଟ ସ୍କୁଲ କୃଷ୍ଣଚରଣ ବିଦ୍ୟାମନ୍ଦିର ପରିସରରେ ଆଯୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଉପସ୍ଥିତ ରହି ବନ୍ତ ବ୍ଲକରେ ଆଉ ୧୨ଟି ସ୍କୁଲ ୫-ଟିରେ ରୂପାନ୍ତରିତ ହେବ ବୋଲି ସୂଚନା ଦେଇଛନ୍ତି । ଆଗରପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ,ଅଣିଜୋ ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟ,ବାଲିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟ,କାଦବରାଙ୍ଗ ଉଚ୍ଚବିଦ୍ୟାଳୟ,ଗଣିଜାଙ୍ଗ ନେହେରୁ ଉଚ୍ଚବିଦ୍ୟାପୀଠ,ସରସରା ପୁରୁଷୋତ୍ତମ ଉଚ୍ଚ ବିଦ୍ୟାପୀଠ,ବନ୍ତ ବାଳକ ଉଚ୍ଚବିଦ୍ୟାପୀଠ,ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ,ଅଡ଼ାଳପଙ୍କ କୃପାସିନ୍ଧୁ ଉଚ୍ଚବିଦ୍ୟାଳୟ,ଦୋଳପଦୀ ଆନନ୍ଦରାମ ପାଟୋଡ଼ିଆ ଉଚ୍ଚବିଦ୍ୟାଳୟ,ସେଣ୍ଢତିରା ଜନାର୍ଦ୍ଦନ ଉଚ୍ଚବିଦ୍ୟାପୀଠ,ତରାଗୋ ସରକାରୀ ଉଚ୍ଚବିଦ୍ୟାଳୟ ଏଥିରେ ସାମିଲ କରାଯିବ । ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର,ବ୍ଲକ ଶିକ୍ଷାଧିକାରୀ ଅଧିର ତରାଇ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ,ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଦୀପକ ପାଢୀ,ବିଡ଼ିଓ ଶୁଭଦର୍ଶନ ମିଶ୍ର ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପୂର୍ବରୁ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ୫-ଟିରେ ରୂପାନ୍ତରିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.