Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ : ଗାନ୍ଧୀ ପଡିଆ ସ୍ଥିତ ଗାନ୍ଧିମୂର୍ତ୍ତି ସୌନ୍ଦର୍ଯ୍ୟକରଣ,...

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ : ଗାନ୍ଧୀ ପଡିଆ ସ୍ଥିତ ଗାନ୍ଧିମୂର୍ତ୍ତି ସୌନ୍ଦର୍ଯ୍ୟକରଣ, ସୁଲଭ ଶୌଚାଳୟ ଲୋକାର୍ପିତ

61

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂଆବଜାର ଗାନ୍ଧୀ ପଡିଆ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ସୌନ୍ଦର୍ଯ୍ୟ କରଣ କରାଯାଇ ଆଜି ତାହାକୁ ଲୋକାର୍ପିତ କରାଯାଇଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଲୋକାର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଡ. ଜ୍ଞାନ ଦାସ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ପୌରନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପରେ ଅତିଥିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଗାନ୍ଧିଜୀ ଟାଲିସମ୍ୟାନ (କବଚ)ର ଏକ ଫଳକର ଶୁଭ ଉନ୍‌ମୋଚନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ନିକଟସ୍ଥ ସୁଲଭ ଶୌଚାଳୟ ଓ ପାର୍କକୁ ମଧ୍ୟ ଲୋକାର୍ପଣ କରିଥିଲେ । ଉତ୍ସବ ପୂର୍ବରୁ ପୂର୍ବାହ୍ନରେ ଜିଲ୍ଲାପାଳ ଡ. ଦାସ ଜିଲ୍ଲା ସ୍କୁଲ ପରିସର ଓ ମହତାବ କୋଠୀ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ ଗରଦପୁର ସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମକୁ ଯାଇ ସେଠାରେ ଅନ୍ତେବାସୀଙ୍କୁ ଜଳଖିଆ ପ୍ୟାକେଟ ପ୍ରଦାନ କରିବା ସହିତ ଗାନ୍ଧୀ ସ୍ମୃତି ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ । ଜିଲ୍ଳାସ୍ତରୀୟ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡ୍‌ରେ ପାଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.