Home ଜିଲ୍ଲା ପରିକ୍ରମା ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ

116

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ତେବେ ଚଳିତ ବର୍ଷ କୋବିଡ କଟକଣା ବଳବତ୍ତର ଥିବା କାରଣରୁ ଏହି ଉତ୍ସବକୁ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରାଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଅବସରରେ ବିଚାର ମଞ୍ଚର କର୍ମକର୍ତ୍ତାମାନେ ଗାନ୍ଧୀ ପଡିଆକୁ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମହାମାରୀ କରୋନା ସତର୍କତାକୁ ମାନି ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ସକାଳ ୮ଟା ସମୟରେ ପାଳନ କରାଯାଇଥିଲା । ପ୍ରତି ବର୍ଷ ଗାନ୍ଧୀ ପଡିଆରୁ ଶୋଭାଯାତ୍ରାରେ ଯାଇ ସହିଦ ସ୍ମୃତି ଭବନରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗାନ୍ଧୀଙ୍କ ଆଦର୍ଶ ଜୀବନ ଚର୍ଯ୍ୟାକୁ ନେଇ ହୋଇଥିବା ବିତର୍କରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ପରେ ସଭା ମାଧ୍ୟମରେ ଗାନ୍ଧୀଙ୍କ ଆଦର୍ଶକୁ ଆଲୋଚନା ହୋଇଥାଏ । ଚଳିତ ବର୍ଷ କୋବିଡ – ୧୯ କଟକଣାକୁ ଆଖି ଆଗରେ ରଖି କେବଳ ଗାନ୍ଧୀ ପଡିଆ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡା. ହରେକୃଷ୍ଣ ନାୟକ, ଆଇନଜୀବୀ ତୁଷାରକାନ୍ତି ମହାନ୍ତି, ଅଶୋକ ଦାସ, ଡ. ରାଧାରାଣୀ ମହାପାତ୍ର, ହୃଷିକେଶ ମହାନ୍ତି, ପରମାନନ୍ଦ ସାହୁ, ବୈଲୋଚନ ବେହୁରିଆ, ଉଦୟ ନାରାୟଣ ମହାନ୍ତି, ବିଜୟ କୁମାର ବହଳୀ, ପ୍ରତାପ ଚନ୍ଦ୍ର ଦଳାଇ, ବସୁମିତ୍ରା ସାହୁ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.