Home ଜିଲ୍ଲା ପରିକ୍ରମା ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘର ଚକା ବନ୍ଦ ଆନ୍ଦୋଳନ

ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘର ଚକା ବନ୍ଦ ଆନ୍ଦୋଳନ

2

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ପୋର୍ଟ କୋଇଲା ପରିବହନ ରେ ଶତାଧିକ ଗାଡ଼ି ମାଲିକ ମାନଙ୍କର ନ୍ୟାର୍ଯ୍ୟ ହକ୍ ହାସଲ କରିବା ପାଇଁ ଭଦ୍ରକ ଜିଲ୍ଲା ଟିପର ଓ ଟ୍ରକ ମାଲିକ ସଂଘ ଗତ ୨୦୨୫ ମସିହା ହଙ୍କକ୍ଷଚ୍ଚ ମାସ ଠାରୁ ଲଗାତାର ଆନ୍ଦୋଳନ କରି ଆସୁ ଅଛି । ଗତ ଫେବୃଆରୀ ୨୭ ତାରିଖ ରେ ରେଳ ରୋକ୍ କରିବା ସମୟରେ ଭଦ୍ରକର ଉପ – ଜିଲ୍ଲାପାଳ ଓ ଜିଲ୍ଲା ପୋଲିସ ର ପଦାଧିକାରୀ ଗଣ ନେଇଥିବା ୧୫ ଦିନ ସମୟ ମଧ୍ୟ ରେ କୌଣସି ସମାଧାନ କରି ପାରି ନଥିବା ରୁ ଆଜି ଚକା ବନ୍ଦ ଆନ୍ଦୋଳନର ଡାକରା ଦିଆଯାଇ ଅଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଗାଡ଼ି କିସ୍ତି ସୁଜି ପାରୁ ନଥିବା ଜିଲ୍ଲାର ମୂଳ ଅଧିବାସୀ ମାନଙ୍କୁ କୋଇଲ ପରିବହନରେ ଅନ୍ୟାୟ ଭାବେ ସୁଯୋଗ ଦିଆ ଯାଉ ନଥିବା ବେଳେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ମାନେ ପଶ୍ଚିମ ବଙ୍ଗ ଓ ତେଲେଙ୍ଗାନା ଭଳି ରାଜ୍ୟରୁ ଗାଡ଼ି ଆଣି ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଗାଡ଼ି ମାଲିକ ମାନଙ୍କ ଜୀବନ ଜୀବିକା ସହିତ ଜଳିତ ଏହି ସମ୍ବେଦନଶିଳ ପ୍ରସଙ୍ଗଟିରେ ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନ ନିଏ ତାହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବାର ଚେତାବନି ଜିଲ୍ଲା ଟିପର ଓ ଟ୍ରକ ମାଲିକ ସଂଘ ପକ୍ଷରୁ ଦିଆଯାଇଛି। ସୂଚନା ଥାଉ କି ଯେ ଧାମରା ବନ୍ଦର ରୁ ପରିବହନ କରାଯାଉଥିବା ଶହ ଶହ ଟ୍ରିପ କୋଇଲା ର ପ୍ରାୟେ ୭୦ ଭାଗ କେବଳ ଧାମରା ସ୍ଥିତ ୭ ପଂଚାୟତ ର ଗାଡ଼ି ମାଲିକ ମାନେ ଜୋର୍ ଜବରଦସ୍ତ ଭାବେ କାମ କରୁଛନ୍ତି ଏବଂ ତନ୍ମଧ୍ୟ ରୁ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ମାନେ ସର୍ବାଧିକ ଅଟନ୍ତି। ଅନିର୍ଦ୍ଧିଷ୍ଟ କାଳ ପାଇଁ ଚିଙ୍ଗୁଡ଼ିପୂର୍ ଠାରେ ଆହୂତ ହୋଇଥିବା ଏହି ଚକ ବନ୍ଦ ଆନ୍ଦୋଳନରେ ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘ ର ସଭାପତି ଶୁଭେନ୍ଦୁ ରାୟ ମୋହାପାତ୍ର, ଉପ ସଭାପତି ପ୍ରଫୁଲ୍ଲ ପୁଷ୍ଟୀ, ସଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି, ସହ ସମ୍ପାଦକ ଚନ୍ଦନ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପରିଜା, ରଜତ ପତି, ରଥିୟା ବାରିକ, ତାଳଧ୍ୱଜ ବେହୁରା, ଅଶୋକ ବାରିକ, ବଳରାମ ପରିଡ଼ା, ଶୈକ୍ ରେଜାୱାଲ୍ ମୁସ୍ତାଫା, ପ୍ରଶାନ୍ତ ବାରିକ, ସୁବାସ ନାଥ, କଳ୍ପତରୁ ବାରିକ, ପ୍ରଦୀପ ମାଲିକ, ରୀୟାଜ୍ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.