Home ଜିଲ୍ଲା ପରିକ୍ରମା ଜିଲ୍ଲାଅବକାରି ବିଭାଗର ସଫଳତା,ଗଜେଂଇ ଚୋରାଚାଲଣ ବେଳେ ୩ ଗରିଫ, ୪ଲକ୍ଷଟଙ୍କାର ଗଜେଂଇ ସହ ଅଟୋ ଓ...

ଜିଲ୍ଲାଅବକାରି ବିଭାଗର ସଫଳତା,ଗଜେଂଇ ଚୋରାଚାଲଣ ବେଳେ ୩ ଗରିଫ, ୪ଲକ୍ଷଟଙ୍କାର ଗଜେଂଇ ସହ ଅଟୋ ଓ ବାଇକ ଜବତ

36

ମାଲକାନଗିରି,୨୩ା୨ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା, ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ମାଲାକନଗିରି ଥାନାସ୍ଥ ଶିଖପାଲି,ଓରକେଲ ଥାନାସ୍ଥ ପମ୍ପଲାଇନ,ଏମଭି୧୨୦ ଗ୍ରାମ ଉପରେ ଚଢଉକରି ୭୨କେଜି ଗଜେଂଇ ଏକ ଅଟୋରିକ୍ସା ଓ ବାଇକ ଜବତ କରିବା ସହ ଗଜେଂଇ ଚୋରାଚାଲଣ କରୁଥିବା ଅଭି ଯୋଗରେ ୩ଜଣଙ୍କୁ ଗିରଫ କରାଯାଇଚି । ଏହି ସବୁ ଅଚଂଳରୁ ଗଜେଂଇ ଚୋରାଚାଲଣ ହେଉଥିବାର ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ଗଙ୍ଗା ପାଇକରାୟ,ଅବକାରୀ ଥାନା ଅଧିକାରୀ ଏଚ.ଜଗା ରାଓ,ସବଇନିସପେକ୍ଟର ଡି.କେ ନାୟକ,ଏଏସଆଇ ଦିନେଶ କୁମାର,ପି.ଖରା,ପଣ୍ଡା ନାଗେଶ,ବିପୁଲସିକଦା,ଜି.ସାହୁ,ଜେମସ ସାହୁ,ଆର ହନ୍ତାଳ,ଅମର ମହାପାତ୍ର,ଜୁଲି ସା,ସୁଜିତ ହିଆଲ ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ମାନେ ସେଠାରେ ପହଁଚି ଚଢଉ କରିଥିଲେ । ବାଲିମେଳା ରୁ ଦୁଇଜଣ ବ୍ୟକ୍ତି ଏକ ଅଟୋଗାଡିରେ ଅଖାବସ୍ତାରେ କଣ ସବୁ ବୋଝେଇ କରି ଦୃତଗତିରେ ପଳାଉଥିବାର ଦେଖି ତାଙ୍କୁ ଗୋଡାଇ ଧରିଥିଲେ । ଅବକାରୀ ବିଭାଗ ପୁଲିସ ଙ୍କୁ ଦେଖି ଅଟୋ ରିକ୍ସାରୁ ହରିଶ ଖେମୁଡୁ ନାମକ ବ୍ୟକ୍ତି ଡେଇଁ ଜଙ୍ଗଲ ଭିତରକୁ ପଳାଇଥିବା ବେଳେ ଅନ୍ୟଜଣଙ୍କୁ ଗିରଫ କରିଥିଲେ । ଅଟୋ ରିକ୍ସାକୁ ଯାଚଂ କରିବାରୁ ପ୍ଲାଷ୍ଟିକ ଅଖା ବସ୍ତାରେ ଗଜେଂଇଥିବାର ଦେଖିଥିଲେ । ଠିକ ସେହିପରି ଶିଖପାଲି ଠାରୁ ଏକ ବାଇକରେ ଦୁଇଜଣ ବ୍ୟକ୍ତି ଦୁର୍ତଗତିରେ ଯାଉଥିବାରୁ ଦେଖି ଅବକାରୀ କର୍ମଚାରୀ ମାନେ ଗୋଡାଇ ଧିରି ଥିଲେ ବାଇକ ଜାଚଂ କରିବାରୁ ସେଥିରେ ଗଜେଂଇ ଥିବାର ଦେଖିବାକୁ ପାଇଥିଲେ । ଦୁଇଟି ସ୍ଥାନରୁ ୭୨ କେଜି ଗଜେଂଇ ଜବତ କରାଯାଇଛି ,ଏହି ଗଜେଂଇର ସରକାରି ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଦହେବବୋଲି ଜଣାପଡିଛି । ଗଜେଂଇ ଚୋରାଚାଲାଣ କରିବା ଅଭିଯୋଗରେ ଓରକେଲ ଥାନା ଦୁର୍ଗାଗୁଡି ସାହିର ମନୋଜ କୁଲଦିପ,ସୁଧାକର ଦଲେଇ,ରଘୁ ବାଗ ଙ୍କୁ ଗିରଫ କରି ଅବକାରୀବିଭାଗ କାର୍ଯ୍ୟାଳୟକୁ ଆଣା ଯାଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଗଜେଂଇ ଚୋରା ଚାଲଣ କାରବାର ରେ ଆଉକାହାର ସଂପୃକ୍ତି ରହିଛି ସେନେଇ ଅବକାରୀବିଭାଗ ପକ୍ଷରୁ ତଦନ୍ତଚାଲିଛି ଫେରାର ହୋଇଥିବା ହରିଶ ଖେମୁଡୁଙ୍କୁ ଖୁବଶିଘ୍ର ଧରା ଯିବ ବୋଲି ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.