Home Top News ଜିଓ ଏକମାତ୍ର ଅପରେଟର ଭାବରେ ଅକ୍ଟୋବରରେ ଓଡ଼ିଶାରେ ଗ୍ରାହକ ଯୋଗ କରିଛି: ଟ୍ରାଇ ତଥ୍ୟ

ଜିଓ ଏକମାତ୍ର ଅପରେଟର ଭାବରେ ଅକ୍ଟୋବରରେ ଓଡ଼ିଶାରେ ଗ୍ରାହକ ଯୋଗ କରିଛି: ଟ୍ରାଇ ତଥ୍ୟ

38

– ଜିଓ ଅକ୍ଟୋବର ମାସରେ ୭୨୦୦୦ରୁ ଅଧିକ ଗ୍ରାହକ ଯୋଗ କରିଥିବାବେଳେ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ ଓଡ଼ିଶାରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଛନ୍ତି

ଭୁବନେଶ୍ୱର (ଓଡ଼ିଆ ପୁଅ): ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ନିଜ ନେତୃତ୍ୱ ସ୍ଥାନକୁ ଆହୁରି ସୂଦୃଢ କରି ଅକ୍ଟୋବର ମାସରେ ଏକମାତ୍ର ମୋବାଇଲ ସେବା ଯୋଗାଣକାରୀ ଭାବେ ରାଜ୍ୟରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରିଥିବାବେଳେ ଭାରତୀ ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଭଳି ଅନ୍ୟ ଅପରେଟର ମାନେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଭାରତର ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାପଡିଛି।

ଟ୍ରାଇ ପକ୍ଷରୁ ଟେଲିକମ୍‍ ଗ୍ରାହକଙ୍କ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୦ ଅକ୍ଟୋବର ମାସରେ ଓଡ଼ିଶାରେ ୭୨, ୦୦୦ରୁ ଉର୍ଦ୍ଧ୍ୱ ଗ୍ରାହକ ଯୋଗକରିଥିବାବେଳେ ଏହି ସମୟରେ ଭାରତୀ ଏୟାରଟେଲ ରାଜ୍ୟରେ ୭୫୦୦ରୁ ଅଧିକ ଗ୍ରାହକ ହରାଇଛି ଏବଂ ଭୋଡାଫୋନ ଆଇଡିଆ ୨୧, ୦୦୦ରୁ ଅଧିକ ଗ୍ରାହକ ହରାଇଛି। ସେହିଭଳି ଏହି ସମୟରେ ବିଏସଏନଏଲ ମଧ୍ୟ ଓଡ଼ିଶାରେ ୩୦, ୦୦୦ରୁ ଅଧିକ ଗ୍ରାହକ ହରାଇଛି। ଅକ୍ଟୋବର ମାସରେ ରାଜ୍ୟରେ ମାତ୍ର ଦଶ ହଜାର ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିହୋଇଥିବାବେଳେ ୨୦୨୦ ଅକ୍ଟୋବର ୩୧ସୁଦ୍ଧା ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩.୩୩ କୋଟି ରହିଥିବା ଟ୍ରାଇ ପ୍ରକାଶ କରିଛି।

ଏଥିସହିତ ଓଡ଼ିଶାର ମୋବାଇଲ ଗ୍ରାହକ ବଜାରରେ ଜିଓର ସଂପ୍ରତି ୪୦.୫ ପ୍ରତିଶତରୁ ଅଧିକ ବଜାର ଅଂଶ ରହିଛି ଏବଂ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୩୫ କୋଟି ରହିଛି। ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲର ଗ୍ରାହକ ବଜାର ଅଂଶ ୩୨ ପ୍ରତିଶତ ରହିଛି। ଦୂରସଂଚାର କ୍ଷେତ୍ରରେ ଦେଶର ତିନିଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ, ଯେଉଁଠି ଜିଓର ଗ୍ରାହକ ବଜାର ଅଂଶ ୪୦ ପ୍ରତିଶତରୁ ଅଧିକ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ଓଡ଼ିଶାରେ ତାହାର ସର୍ବବୃହତ ୪ଜି ନେଟୱର୍କ, ଦ୍ରୁତ ନେଟୱର୍କ ସଂପ୍ରସାରଣ, ଏପର୍ଯ୍ୟନ୍ତ ସଂଯୁକ୍ତ ହୋଇନଥିବା ଅଂଚଳଗୁଡିକୁ ସଂଯୁକ୍ତ କରିବା ସହିତ ଭାଲ୍ୟୁ ଫର ମନି ଅଫର୍‍ ଏବଂ ପ୍ରତ୍ୟେକ ଶ୍ରେଣୀର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‍ ସହିତ କ୍ରମାଗତ ଭାବରେ ସର୍ବାଧିକ ସଂଖ୍ୟାରେ ନୂଆ ଗ୍ରାହକ ଯୋଗକରିଆସୁଛି। ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍‍ କ୍ଷେତ୍ରର ମୋଟ ରାଜସ୍ୱରେ ଜିଓର ବଜାର ଅଂଶ ୫୦ ପ୍ରତିଶତରୁ ଅଧିକ ରହିଛି ଏବଂ ତତ୍‍ସହିତ ଓଡ଼ିଶାରେ ଉଭୟ ଗ୍ରାହକ ଓ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଜିଓ ୧ ନମ୍ବର ସ୍ଥାନରେ ରହିଛି।

ରିଲାଏନ୍ସ ଜିଓ ଏହାର ଜିଓଫାଇବର ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର ସମେତ ଓଡ଼ିଶାର ୨୧ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳରେ ପ୍ରଚଳନ କରିସାରିଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରଗୁଡିକୁ ଦ୍ରୁତ ସଂପ୍ରସାରଣ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.