Home ଓଡ଼ିଶା ଜାଲରେ ପଡିଲା ଏକ ଅଜଗର ସାପ

ଜାଲରେ ପଡିଲା ଏକ ଅଜଗର ସାପ

123

ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଜି ସ୍ନେକ ହେଲ୍ପ ଲାଇନ କର୍ତୁପକ୍ଷ ଏକ ବିରାଟ ଅଜଗର ସାପ କୁ ଧରି ବନବିଭାଗ କୁ ହସ୍ତାନ୍ତର କରିଛନ୍ତି। ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତ ପୋଡାକେରା ଗ୍ରାମରେ ଥିବା ଭାର୍ଗବୀ ନଦୀର ଏକ ଜାଲରେ ଏକ ଅଜଗର ସାପ ପଡିଥିବା ସ୍ନେକ ହେଲ୍ପ ଲାଇନ ର ସଂଗ୍ରାମ ଦାସ ଙ୍କୁ ସୂଚନା ମିଳିଥିଲା। ଖବର ପାଇ ଶ୍ରୀ ଦାସ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିବା ସହ ପୁରୀ ବନ ବିଭାଗ କୁ ହସ୍ତାନ୍ତର କରଛନ୍ତି। ଉଦ୍ଧାର ଅଜଗର ସାପଟିର ବୟସ ପ୍ରାୟ ୧୦ ହୋଇଥିବା ବେଳେ ଲମ୍ବା ସାଢେ ୧୨ ଫୁଟ ଓ ୧୬ କେଜି ଓଜନ ହେବ ବୋଲି ଶ୍ରୀଦାସ ସୂଚନା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.