Home ଓଡ଼ିଶା ଜାତୀୟ କ୍ରୀଡା ଦିବସପାଳନ ଅବସରରେ ଫିଟ୍ ଇଣ୍ଡିଆ ମୋବାଇଲ ଆପ୍ ଲୋକାର୍ପିତ

ଜାତୀୟ କ୍ରୀଡା ଦିବସପାଳନ ଅବସରରେ ଫିଟ୍ ଇଣ୍ଡିଆ ମୋବାଇଲ ଆପ୍ ଲୋକାର୍ପିତ

49

ମାଲକାନଗିରି,୨୯ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାକ୍ରୀଡା ଛାତ୍ରବାସ ପରିସରରେ ଜାତୀୟ କ୍ରୀଡାଦିବସ ପାଳନ ଅବସରରେ ଫିଟ୍ ଇଣ୍ଡିଆ ଆପ୍ ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ କ୍ରିଡା ଛାତ୍ରବାସ ସଭାଗୃହରେ ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୁବ ର୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ସାମ୍ବାଦକ ସମନ୍ୱୟ କମିଟିର ଅଧ୍ୟକ୍ଷ ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ, ସମ୍ମାନିତ ଅତିଥି ଭାବେ ନେହୁର ଯୁବକେନ୍ଦ୍ରର ଯୁବଅଧିକାରୀ ହରିଶ ରୁପାଲ ଯୋଗଦେଇ କ୍ରିଡା ଜଗତର ତାରକା ଶ୍ରେଷ୍ଠ ହକି କ୍ରଡୀବିତ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ଉତ୍ସବ କୁ ଉଦଘାଟନ କରିଥିଲେ । ଜାତୀୟ କ୍ରୀଡାଦିବସ ଅବସରେ ଦିଲ୍ଲୀ ଠାରେ କ୍ରୀଡା ଓ ଯୁବବ୍ୟାପାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର,କ୍ରୀଡା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକ ଫିଟ ଇଣ୍ଡିଆ ମୋବାଇଲ ଆପ କୁ ଲୋକର୍ପିତ କରିବା ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କ୍ରୀଡାବିତ ମାନଙ୍କ ପାଇଁ ପ୍ରଥମ ଥରକରି ଫିଟ ଇଣ୍ଡିଆ ମୋବାଇଲ ଆପ କୁ ମୁଖ୍ୟଅତିଥି ଶ୍ରୀ ଦାଶ ଲୋକର୍ପିତ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା କ୍ରୀଡାଛାତ୍ର ବାସ ଅନେକ ଜାତୀୟ ସ୍ତର ଓ ଅନ୍ତର୍ଜାତୀୟ ସ୍ତରରେ ଉତମ କ୍ରୀଡାବିତ ସୃଷ୍ଟିକରିଛି । ଏହି ଜିଲ୍ଲାରେ କ୍ରୀଡାର ଭିତି ଭୁମିପ୍ରତି ସରକାର ଗୁରୁତ୍ୱ ଦେଲେ ଏଠାକର କ୍ରୀଡା ବିତ ମାନେ ଅଲମ୍ପିକ କ୍ରୀଡାରେ ଭାଗନେଇ ଜିଲ୍ଲା ଓ ରାଜ୍ୟପାଇଁ ଗୌରବ ଆଣିପାରିବେ,କେନ୍ଦ୍ର କ୍ରଡୀ ଓ ଯୁବବ୍ୟାପାର ବିଭାଗ ପକ୍ଷରୁ କ୍ରୀଡାବିତ ଓ କ୍ରୀଡା ପ୍ରେମିଙ୍କ ପାଇଁ ପ୍ରଥମଥର କରି ଫିଟ ଇଣ୍ଡିଆ ମୋବାଇଲ ଆପ କୁ ଲୋକାର୍ପିତ କରିଛନ୍ତି, ଏହା ସମଗ୍ର ରାଜ୍ୟ ଓ ଦେଶବାସୀଙ୍କ ପାଇଁ କ୍ର୍‌ୀଡା କ୍ଷେତ୍ର ରେ ଏକ ବିପ୍ଳବ ସୃଷ୍ଟିକରିପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଶ ତାଙ୍କ ଅଭିଭଷାଣରେ କହିଥିଲେ । ଶେଷରେ ନେହୁରୁ ଯୁବକେନ୍ଦ୍ରର ସନ୍ତୋଷ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଛାତ୍ରବାସର କ୍ରୀଡା ପ୍ରଶିକ୍ଷକ ଭଗତ ରାମ ନାୟକ,କାହ୍ନାପଡିଆମି, ସୁନ୍ଦରା ଦାସ,ସରତ ପଡିଆମି ସିଧାନ୍ତ ଖରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ କୋଭିଡ ନିୟମ ପାଳନ ସହ ମାସ୍କପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରି ଅନୁଷ୍ଟିତ ଜାତୀୟ କ୍ରୀଡା ଦିବସ ଅବସରେ କ୍ରୀଡାଛାତ୍ରବାସର ଛାତ୍ର ମାନେ ଉପସ୍ଥିତ ରହି ନିଜ ନିଜର ଅଭିଜ୍ଞତା ସଂପର୍କରେ କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.