Home ଓଡ଼ିଶା ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଓ ଗରୀବ ଲୋକଙ୍କ ବିକାଶ ନିମନ୍ତେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ...

ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଓ ଗରୀବ ଲୋକଙ୍କ ବିକାଶ ନିମନ୍ତେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବା ଆବଶ୍ୟକତା ରହିଛି- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

52

କୋରାପୁଟ ୨୯-୦୮(ଓଡିଆ ପୁଅ/ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୩ ତମ ପ୍ରତିଷ୍ଠା ଦିବସ ଭର୍ଚୁଆଲ ମୋଡରେ ପାଳିତ ହୋଇଯାଇଛି ।ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଓ ଗରୀବ ଲୋକଙ୍କ ବିକାଶ ନିମନ୍ତେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରକାଶ କରିଛନ୍ତି ।କେବଳ ଏକ ଶିକ୍ଷଣ କେନ୍ଦ୍ର ପାଇଁ ଏକ ବିଶ୍ୱବିଦ୍ୟାଳୟର ଭୂମିକା ସୀମିତ ନୁହେଁ ,ଦେଶର ଭବିଷ୍ୟତ ସ୍ଥିର କରିବା ପାଇଁ ଯୁବବର୍ଗଙ୍କ ସାମଗ୍ରିକ ବିକାଶ ପାଇଁ ଏହାର ମହତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ପ୍ରକାଶ କରିଛନ୍ତି ।ଆଦିବାସୀ ପିଲାମାନଙ୍କର ଡିଜିଟାଲ ସାକ୍ଷରତା ଦକ୍ଷତାକୁ ମଜବୁତ କରିବା ପାଇଁ ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ  ସେ ପ୍ରଶଂସା କରିଥିଲେ ବୋଲି ଜଣାପଡିଛି ।ଜାତୀୟ ଶିକ୍ଷା ନୀତି-୨୦୨୦ର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ।ସମାଜ ପାଇଁ ସଫଳତା ହାସଲ କରିବା ନିମନ୍ତେ ପ୍ରତ୍ୟେକ ଛାତ୍ର ସ୍ୱାମୀ ବିବେକାନନ୍ଦଙ୍କ ପଥ ଅନୁସରଣ କରିବାକୁ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଆଲୋକପାତ କରିଥିଲେ ।ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଛା ବାର୍ତା ଜଣେଇବା ସହ  ବିଶ୍ୱବିଦ୍ୟାଳୟକୁ ସମସ୍ତ ସାହାର୍ଯ୍ୟ କରିବେ ବୋଲି ଜଣେଇଛନ୍ତି ।ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ  ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।କୋରାପୁଟ ଅଂଚଳ ମୈାଳିକ ଗବେଷଣା ନିମନ୍ତେ ସମ୍ଭାବନା ରହିଥିବା ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜି.ପଦ୍ମନାଭନ ପ୍ରତିଷ୍ଠା ଦିବସ  ବକ୍ତୃତା ଦେବା ଅବସରରେ  ପ୍ରକାଶ କରିଛନ୍ତି ।ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଲିତାଙ୍କ ଅଧ୍ୟକ୍ଷତାରେ ଉତ୍ସବ ପାଳନ କରାଯାଇଥିଲା ।ବିଶ୍ୱବିଦ୍ୟାଲୟର ସଫଳତାକୁ ସେ ଆଲୋକପାତ କରିଥିଲେ ।ଏହି ଅବସରରେ ଓଡିଆ ଭାଷାରେ ସାଇବର ସୁରକ୍ଷା ଓ ନିରାପତା ଉପରେ ଏକ ହ୍ୟାଣ୍ଡବୁକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା ।ଓଡିଆ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ଆଲୋକ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।ବିଶ୍ୱବିଦ୍ୟାଳୟର ଫାଇନାସ ଅଫିସର କେ.କେ.ରାଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଡ. ରାମ ଶଙ୍କର ,ଲୋକ ସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇ , ବିଶ୍ୱବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା , ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।ସାମ୍ବାଦିକ ଓ ଗଣ ଯୋଗାଯୋଗର ସହାୟକ ପ୍ରଫେସର ସୈାରଭ ଗୁପ୍ତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.