Home କେନ୍ଦୁଝର ଜଳସରପୁରରେ ଲୋକଙ୍କୁ ମିଳିନି ଚାଉଳ

ଜଳସରପୁରରେ ଲୋକଙ୍କୁ ମିଳିନି ଚାଉଳ

85

ହାଟଡିହି -୨୧। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ)ସୁଲଣ ପଞ୍ଚାୟତର ଜଳସରପୁର ଗ୍ରାମରେ ହିତାଧିକାରୀଙ୍କୁ ନିୟମିତ ଠିକ ଭାବେ ଚାଉଳ ଦିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗ୍ରାମରେ ଦୁଇଶହରୁ ଉର୍ଦ୍ଧ ହିତାଧିକାରୀ ଥିବାବେଳେ ସେମାନଙ୍କୁ ପ୍ରତ୍ୟେକ ମାସ ଅଣଦେଖା କରାଯାଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସେମାନଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତର ସମସ୍ତ ଗ୍ରାମକୁ ପିଡିଏସ ସାମଗ୍ରୀ ବଣ୍ଟନ କରାଯାଇ ସାରିବା ପରେ ଯାହା ବଳେ ତାକୁ ଜଳସରପୁର ଗ୍ରାମରେ ବଣ୍ଟନ କରାଯାଇଥାଏ। ଯାହାଦ୍ୱାରାକି ଆବଶ୍ୟକତା ଠାରୁ କମ ପରିମାଣର ସାମଗ୍ରୀ ଆସୁଥିବାରୁ ବହୁ ହିତାଧିକାରୀ ବଣ୍ଟନ ସାମଗ୍ରୀ ପାଇବାରୁ ବାଦ ପଡୁଛନ୍ତି। ଚଳିତମାସ ଏହି ଗ୍ରାମକୁ ଦୁଇମାସ ପାଇଁ ମାତ୍ର ୮୦କୁଇଣ୍ଟାଲ ଚାଉଳ ଯାଇଥିବାରୁ ୨୫ରୁ ଉର୍ଦ୍ଧ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଯୋଗାଣ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.