Home ଓଡ଼ିଶା ସ୍ୱଚ୍ଛ ସର୍ବେକ୍ଷଣରେ ଯୋଡା ପୌରପାଳିକା ରାଜ୍ୟରେ ପ୍ରଥମ

ସ୍ୱଚ୍ଛ ସର୍ବେକ୍ଷଣରେ ଯୋଡା ପୌରପାଳିକା ରାଜ୍ୟରେ ପ୍ରଥମ

121

ଯୋଡା, ୨୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ ରେ ଯୋଡା ପୌରପାଳିକା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛି। ସ୍ୱଚ୍ଛ ଭାରତ ଅଭିଯାନରେ ଯୋଡା ପୌରପାଳିକାର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସୌଚାଳୟ, ସହରର ବିଭିନ୍ନ ସ୍ଥାନରେ ପରିସ୍ରାଗାର ନିର୍ମାଣ କରି ଯୋଡା ସହରକୁ ବାହ୍ୟ ମଳମୂତ୍ର ତ୍ୟାଗ ସହରରେ ପରିଣତ କରିବା, ପଲିଥିନ ବର୍ଜନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ପଲିଥିନର ବ୍ୟବହାରରେ କଟକଣା, ସହର ମଧ୍ୟରେ ଉନ୍ନତମାନର ସଫେଇ କାର୍ଯ୍ୟକ୍ରମ, ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବର୍ଜ୍ୟବସ୍ତୁରୁ ଜୈବିକ ସାର ପ୍ରସ୍ତୁତି ଓ ପ୍ଲାଷ୍ଟିକ୍ ଦ୍ରବ୍ୟ ପୃଥକୀକରଣ କରି ବିଭିନ୍ନ କାରଖାନାକୁ ଯୋଗାଣ ମାଧ୍ୟମରେ କିଛି ଲୋକଙ୍କୁ ସ୍ୱବଲମ୍ବି କରିବା କ୍ଷେତ୍ରରେ ଅଗ୍ରଣୀ ଭୁମିକା ଗ୍ରହଣ କରିପାରିଥିଲା। ଫଳରେ ଯୋଡା ପୌରପାଳିକା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଦେଶର ପୂର୍ବାଞ୍ଚଳ ୨୫ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହର ମାନଙ୍କ ମଧ୍ୟରେ ପୌରପାଳିକା ୨୭ ନମ୍ବର ସ୍ଥାନ ଗ୍ରହଣ କରିପାରିଛି। ରାଜ୍ୟର ପ୍ରମୁଖ ୨୦ଟି ସହର ମଧ୍ୟରୁ ଯୋଡା ପୌରପାଳିକା ୨୮୬୬.୦୫ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହା ପଛକୁ କୋରାପୁଟ ଏନ୍‌.ଏ.ସି. ୨୬୪୦.୧୩ ଓ ସୁନ୍ଦରଗଡ ପୌରପାଳିକା ୨୪୩୦.୬୭ ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଯୋଡା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଏହି ଅବସରରେ ଏହାର ଶ୍ରେୟ ପୌରକର୍ମଚାରୀମାନଙ୍କୁ ଦେଇଛନ୍ତି। ସେମାନଙ୍କ ଉଦ୍ୟମ ଯୋଗୁଁ ଯୋଡା ସହର ପ୍ରଥମ ହୋଇପାରିଛି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.