Home ଜିଲ୍ଲା ପରିକ୍ରମା ଜମିରେ କାମକରୁଥିବା ବେଳେ ଭାଲୁଆକ୍ରମଣରେ ଆଦିବାସୀ ଯୁବକ ଆହତ

ଜମିରେ କାମକରୁଥିବା ବେଳେ ଭାଲୁଆକ୍ରମଣରେ ଆଦିବାସୀ ଯୁବକ ଆହତ

72

ମାଲକାନଗିରି,୨୫ା୧୦( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ ଓରକେଲ ଥାନା ଅଧିନସ୍ଥ ପୁରଣା ଓରକେଲ ଗ୍ରାମର ସମରା ଖିଲ ନାମକ ଜଣେ ଆଦିବାସୀ ଯୁବକ ନିଜ ଜମିରେ ଧାନ କାଟୁଥିବା ସମୟରେ ଜଙ୍ଗଲରୁ ହଟାତ ଏକ ଭାଲୁଆସି ତାଙ୍କୁ ଆକ୍ରମଣ କରିଥିଲା । କିଛିସମୟ ଧରି ଭାଲୁ ଓ ସମରା ଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା,ସମାରାଙ୍କ ଚିକ୍ରାର ଶୁଣି ପାଖ ଜମିରେ କାମକରୁଥିବା କିଛି ବ୍ୟକ୍ତି ସେଠାରେ ପହଁଚି ଭାଲୁକୁ ଗୋଡାଇ ଦେଇ ସମରାକୁ ଭାଲୁକବଳରୁ ଉଦ୍ଧାର କରିଥିଲେ । ଭାଲୁ କମୁଡାରେ ସମରା ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଗ୍ରାମବାସୀ ମାନେ ମାଲକାନଗିରି ଜିଲ୍ଲାସଦର ହସପିଟାଲକୁ ନେଇଚିକିତ୍ସା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.