Home ଜିଲ୍ଲା ପରିକ୍ରମା ମର୍ଦ୍ଦମେଖ ପଞ୍ଚାୟତରେ ମୋ ଗାଁ ରେ ତହସିଲ ଶିବିର ଅନୁଷ୍ଠିତ

ମର୍ଦ୍ଦମେଖ ପଞ୍ଚାୟତରେ ମୋ ଗାଁ ରେ ତହସିଲ ଶିବିର ଅନୁଷ୍ଠିତ

83

କୋଦଳା ୨୫ /୧୦ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ତହସିଲ ଅନ୍ତର୍ଗତ ପଞ୍ଚାୟତ ଗୁଡ଼ିକରେ ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ଆରମ୍ଭ ହୋଇଛି ମୋ ଗାଁ ରେ ତହସିଲ ଶିବିର।ଗୁରୁବାର ଗଂଜାମ କୋଦଳା ତହସିଲ ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ ଦୋରା, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ମର୍ଦ୍ଦମେଖ ସରପଂଚ ହୃଷୀକେଶ ମେହେଣା ଓ ଦିଗାପଡା ପଞ୍ଚାୟତ ସରପଂଚ ପ୍ରତିନିଧି ଉପେନ୍ଦ୍ର ପରିଡା ଯୋଗ ଦେଇଥିଲେ। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଏବେ ଆଉ ତହସିଲକୁ ଦୌଡ଼ିବାକୁ ପଡିବ ନାହିଁ। ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠ, ଓ ଏଲ୍ ଆର୍ ୮ ଏ ପ୍ରଭୃତିର ସୁବିଧା ସୁଯୋଗ ସରକାରଙ୍କ ନିୟମ ଅନୁସାରେ ଉଚିତ୍ ସମୟ ମଧ୍ୟରେ ସେବା ଯୋଗାଇଦେବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ତହସିଲଦାର ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.