Home ଜିଲ୍ଲା ପରିକ୍ରମା ମାଲକାନଗିରି କଲେଜରେ ଯୁକ୍ତତିନି ପରୀକ୍ଷାରେ କପିହେବାର ଭିଡିଓ ଭାଇରାଲ

ମାଲକାନଗିରି କଲେଜରେ ଯୁକ୍ତତିନି ପରୀକ୍ଷାରେ କପିହେବାର ଭିଡିଓ ଭାଇରାଲ

61

ମାଲକାନଗିରି,୨୫ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବହୁପୁରାତନ କଳା ଓ ବାଣିଜ୍ୟ କଲେଜରେ ଯୁକ୍ତତିନି ପରୀକ୍ଷାରେ ଦୁଇଜଣ ଛାତ୍ର କପିକରୁଥିବାର ଭିଡିଓ ଭାଇରାଲ ସୋସିଆଲ ମେଡିଆରେ ପ୍ରଚାର ହେବା ପରେ ଏହା ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟପାଲଟିଛି । ଆଜି ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତତିନି ର ବାଣିଜ୍ୟ ଓ କଳାରେ ଥାର୍ଡସେମିଷ୍ଟାର ପରୀକ୍ଷା ଥିଲା, ପରିକ୍ଷା ହଲରେ ଦୁଇଜଣ ଛାତ୍ର ମୋବାଇଲ ଦ୍ୱାରା କପିକରୁଥିବାର ଜଣାପଡିଛି । ଏହି କପିକରିବା ଦୃଶ୍ୟ ସୋସିଆଲ ମେଡିଆରେ ଭାଇରାଲ ହୋଇଯିବା ଦ୍ୱାରା ପରୀକ୍ଷା ହଲକୁ କିପରି ଛାତ୍ରମାନେ ମୋବାଇଲ ନେଲେ ସେ ନେଇ ଜନସାଧରଣରେ ଚର୍ଚା ଚାଲିଛି । ଏ ସଂପର୍କରେ ଆମେ କଲେଜ ଅଧ୍ୟକ୍ଷ ଅଶୋକକୁମାର ସଡଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି ଆଜି ଯୁକ୍ତତିନି ବାଣିଜ୍ୟ ଓ କଳାରେ ଥାର୍ଡସେମିଷ୍ଟାର ପରୀକ୍ଷା ଥିଲା,ପରୀକ୍ଷା ହଲକୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭଲଭାବରେ ଯାଚଂ କରାଯାଇ ଛଡାଯାଇଥିଲା । ଏହି ଦୁଇଜଣ ଛାତ୍ର ଟିକିଏ ବିଳମ୍ବରେ ପରୀକ୍ଷା ହଲକୁ ଆସିଥିଲେ ,ସେମାନେ କୌଶଳ କରି ମୋବାଇଲ ଲୁଚାଇ ନେଇଥିଲେ । ପରୀକ୍ଷା ହଲରେ ସେ ଦୁଇଜଣ ମୋବାଇଲ କାଡି ଲେଖୁଥିବା ବେଳେ ଆମେ ସଙ୍ଗ ସଙ୍ଗେ ସୋମାନଙ୍କ ଠାରୁ ମୋବାଇଲ ଜବତ କରିଛୁ । ଏହା କ୍ଲାସପରୀକ୍ଷା ହୋଇଥିବାରୁ ସେମାନଙ୍କୁ ତାଗିଦ କରି ଛଡାଯାଇଛି, ପରବର୍ତି ସମୟରେ ଏମିତି କଲେ ସେମାନଙ୍କୁ କଲେଜରୁ ବହିସ୍କାର କରିଦିଆଯିବ ବୋଲି ଶ୍ରୀ ସଡଙ୍ଗୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.