Home ଜିଲ୍ଲା ପରିକ୍ରମା ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜରୁରୀ ବୈଠକ

ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜରୁରୀ ବୈଠକ

17

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିରେ ଏକ ବୈଠକ ଭଦ୍ରକସ୍ଥ ବାଇପାସ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ଅଧ୍ୟକ୍ଷତା କରି ନିମ୍ନ ସୂଚୀତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶ୍ରୀ ଜଗନ୍ନାଥଙ୍କ ସ୍ତୁତି ପାଠ ପୂର୍ବକ ପୂର୍ବ ବୈଠକର ବିବରଣୀ ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ପାଠ କରିଥିଲେ। ପୂର୍ବ ବୈଠକ ବିବରଣୀ ଅନୁଯାୟୀ ସମିତିର ପ୍ରଥମ ବ୍ଳକ ସ୍ତରୀୟ ବୈଠକ ବାସୁଦେବପୁର ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇ ବିକାଶ ଚନ୍ଦ୍ର ଶତପଥୀ ଓ ସଦାନନ୍ଦ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଅର୍ପଣ କରାଗଲା। ସେଠାରେ ପ୍ରଚାର ସମିତିର ଏକ ଶାଖା ସମିତି ଗଠନ କରିବାକୁ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସ୍ଥିର କରାଗଲା। ତିହିଡ଼ି ବ୍ଲକ ନିମନ୍ତେ କମଳାକାନ୍ତ ମଲ୍ଲିକ ଓ ସୁଧାକର ଧନୀଙ୍କୁ ଦାୟିତ୍ୱ ଅର୍ପଣ କରାଗଲା। ସେମାନେ ଶାଖା ସମିତି ଗଠନ ନିମନ୍ତେ ସେବକ ଚୟନ କରାଯିବାକୁ ସ୍ଥିର କରିବେ। ସେହିପରି ବନ୍ତ ବ୍ଲକ ନିମନ୍ତେ ଶାଖା ସମିତି ଗଠନ ନିମନ୍ତେ ପଣ୍ଡିତ ବିଷ୍ଣୁ ମୋହନ ପଣ୍ଡା, ତ୍ରିଲୋଚନ ପଣ୍ଡା ଓ ପାତଞ୍ଜଳୀ କରଶର୍ମାଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। ଅନ୍ୟଏକ ପ୍ରସ୍ତାବରେ ପୁରୀ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ଚତୁର୍ପାର୍ଶ୍ୱ ପ୍ରଶସ୍ତିକରଣରେ ଭଙ୍ଗାଯାଇଥିବା ମଠ ମନ୍ଦିର ଗୁଡ଼ିକୁ ଯଥା ଶୀଘ୍ର ପୁନଃନବୀକରଣ କରିବା ସହ ଓଡ଼ିଶାରେ ଥିବା ଅନ୍ୟାନ୍ୟ ମଠ ମନ୍ଦିରର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଗଲା। ଏହି ବୈଠକରେ ବାବୁଲାଲ ଦାସ, ନାରାୟଣ ଚନ୍ଦ୍ର ପ୍ରଧାନ, ବିଷ୍ଣୁ ମୋହନ ପଣ୍ଡା, କାହ୍ନୁଚରଣ ଦାସ, ସନାତନ ସାହୁ, ବିକାଶ ଚନ୍ଦ୍ର ଶତପଥୀ, ସଦାନନ୍ଦ ପାଣିଗ୍ରାହୀ, ନଗେନ୍ଦ୍ର କୁମାର ଦାସ, କମଳାକାନ୍ତ ମଲ୍ଲିକ, ପଣ୍ଡିତ ଦୟାନିଧି ଦାଶ ଓ ସୁରେଶ ଚନ୍ଦ୍ର ପାଣି, ମନ୍ଦିର ପୂଜକ ସମେତ ଅନ୍ୟାନ୍ୟ ବହୁ ସେବକ ଯେଗାଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.