Home ଜିଲ୍ଲା ପରିକ୍ରମା ଗ୍ରାମାଞ୍ଚଳ ବିକାଶର ନଗ୍ନ ନମୁନା ; ସ୍ୱାଧିନତା ପରେ ମଧ୍ୟ ଗାଁକୁ ଖଣ୍ଡେ ସ୍ଥାୟୀ ରାସ୍ତା...

ଗ୍ରାମାଞ୍ଚଳ ବିକାଶର ନଗ୍ନ ନମୁନା ; ସ୍ୱାଧିନତା ପରେ ମଧ୍ୟ ଗାଁକୁ ଖଣ୍ଡେ ସ୍ଥାୟୀ ରାସ୍ତା ନାହିଁ, ବିଲ ହିଡ଼ରେ ଯାତାୟତ କରନ୍ତି ଶତାଧିକ ପରିବାର ଲୋକ; ସ୍ଥାୟୀ ରାସ୍ତା ସାତସପନ

58

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ହେଲେ ପ୍ରକୃତ ପକ୍ଷେ ସେହି ଅର୍ଥ କେତେଦୂର କାମରେ ଲାଗୁଛି! ସମୟ ବଦଳୁଛି, ବଦଳୁଛି ସରକାର । ହେଲେ ବଦଳୁ ନାହିଁ ଗାଁର ସମସ୍ୟା । ଏମିତି ଏକ ଗାଁ ଭଦ୍ରକ ଜିଲ୍ଳା ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଂଚାୟତ ଶ୍ରୀ ଗଙ୍ଗା ନିକଟସ୍ତ ୧୨ ନମ୍ବର ୱାର୍ଡ ଧଲଉତିସାହି(ଧରିତ୍ରୀ ନଗର) ବାସିନ୍ଦାଙ୍କ ଦୁଃଖ । କଟସାହି ପଂଚାୟତ ଧଲଉତିସାହିି ୧୨ ନମ୍ବର ୱାର୍ଡର ପ୍ରାୟ ୫ଶହ ଲୋକ ରୁ ଅଧିକ ଲୋକେ ବାସ କରନ୍ତି । ସେଥିମଧ୍ୟରୁ ଗୋଟିଏ ପଟେ ୬୦ ରୁ ଅଧିକ ପରିବାର କେବଳ ହରିଜନ ଶ୍ରେଣୀର ଦିନ ମଜୁରିଆ ରହୁଥିବା ବେଳେ ଅପରପଟେ ଅବଶିଷ୍ଟ ବିଭିନ୍ନ ସବର୍ଣ୍ଣ ଜାତିର ପରିବାର ଲୋକେ ବାସ କରୁଛନ୍ତି । ଗାଁକୁ କପାଳୀ ନଦୀ ଘେରି ରହିଛି । କଟସାହି ପଂଚାୟତ ସଦର ମହକୁମାରୁ ପ୍ରାୟ ୩କିମି ଦୂର ହେବ ଏହି ଧଲଉତି ସାହିର ଅବସ୍ଥିତି । ଗାଁର ରହିଛି ବହୁ ସମସ୍ୟା ହେଲେ ବର୍ତମାନ ମୁଖ୍ୟ ସମସ୍ୟା ହେଲା ଜାତାୟତ ପାଇଁ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ବର୍ଷା ଦିନରେ ବିଲରେ ହୀଡ ରାସ୍ତା ଏବଂ ନଦୀ ବନ୍ଧର କାଦୁଅ ରାସ୍ତା ଦେଇ ଲୋକେ ଯେଭଳି ବିପଦରେ ଯିବା ଆସିବା କରୁଛନ୍ତି ତାହା ସରକାରଙ୍କ ଗ୍ରାମାଚଂଳର ବିକାଶ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଣି କପାଳୀ ନଦୀରେ ସାମାନ୍ୟ ବନ୍ୟା ଆସିଲେ କଥା ସରିଲା ।

ସେତେବେଳେ ଲୋକେ ଆଉ ଘରୁ ପଦାକୁ ବାହାରିବା ଦୁର୍ବିସହ ହୋଇପଡୁଛି ବୋଲି ଗ୍ରାମର ୱାର୍ଡ ମେମ୍ବର ପାପୁନି ଜେନାଙ୍କ ସମେତ ବୟୋଜ୍ୟଷ୍ଠ ପରମେଶ୍ୱର ଜେନା,ନିରଞ୍ଜନ ଜେନା, କୈଳାସ ଜେନା, ନିମାଇଁ ଜେନା, ବିଜୟ ଜେନା, ଗୋଲକ ଜେନା ପ୍ରମୁଖ ପ୍ରକାଶ କରିଛନ୍ତି । ସେହି ଗାଁକୁ ରାସ୍ତା କରିବା ପାଇଁ ସରକାରୀ ଜାଗା ନାହିଁ । ଯେଉଁ କେତେକ ଜାଗା ଥିଲା ତାହା କଂକ୍ରିଟ ହୋଇଛି । ଅବଶିଷ୍ଟ ଶ୍ରୀ ଗଙ୍ଗା ଗ୍ରାମବାସୀଙ୍କ ବ୍ୟକ୍ତିଗତ ବିଲ ଜମି ଥିବାରୁ ସେମାନେ ଜାଗା ଛାଡୁନାହାଁନ୍ତି । ତେଣୁ ବହୁ ଚେଷ୍ଟା କରି ମଧ୍ୟ ଆମେ ରାସ୍ତା କରିବାରେ ସଫଳ ହୋଇପାରୁନାହିୁଁ । ଅବଶିଷ୍ଟ ଯାହା ମାଟି ରାସ୍ତା ରହିଛି ତାକୁ ମେଟାଲ ମୋରମ କରିବା ପାଇଁ ଅର୍ଥ ବ୍ୟୟ ବରାଦ ହୋଇଛି ବର୍ଷା ଛାଡରେ କିମ୍ବା ପୂଜା ପୂର୍ବରୁ ରାସ୍ତା କାର୍ଯ୍ୟ ଆରମ୍ଭ ହେବ ବୋଲି କଟସାହି ପଂଚାୟତ ସରପଂଚ ଅଞ୍ଜନା ଲେଙ୍କା ସୂଚନା ଦେଇଛନ୍ତିି । ମାଗଣା ସ୍ୱାସ୍ଥ୍ୟ ସେବା, ପ୍ରାଥମିକ ଶିକ୍ଷା ଗ୍ରହଣ, ଗମନା ଗମନର ସୁବିଧା ନିମନ୍ତେ ରାସ୍ତା ଘାଟ ନିର୍ମାଣ କରିବା ସରକାରଙ୍କ ଦାୟିତ୍ୱ । ଦେଶର ନାଗରିକ ମାନଙ୍କୁ ଏହି ମୌଳିକ ସୁବିଧାରୁ କେହି ବଂଚିତ କରିପାରିବେ ନାହିଁ ହେଲେ ଦୀର୍ଘ ବର୍ଷ ଧରି ଜୀବନ ଯାପନ କରୁଥିବା ଧଲଉତିପୁର ଗ୍ରାମବାସୀଙ୍କ ଯିବାଆସିବା ପାଇଁ ସ୍ଥାୟୀ ରାସ୍ତା ଯୋଗାଇ ଦିଆଯାଉନଥିବାରୁ ଯାହାକି ସାଧାରଣ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଧାମନଗର ବ୍ଲକ କଂଗ୍ରେସ ସଭାପତି ଅଭିଶେଷ ରାଉତ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.