Home ଜିଲ୍ଲା ପରିକ୍ରମା ତହିଡି ବ୍ଲକ୍ କିରାଣୀଙ୍କ ଉପରେ ଭିଜିଲାନ୍ସ ଚଢାଉ

ତହିଡି ବ୍ଲକ୍ କିରାଣୀଙ୍କ ଉପରେ ଭିଜିଲାନ୍ସ ଚଢାଉ

49

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ତିହିଡି ବ୍ଲକ୍‌ର କିରାଣୀ ପ୍ରଭାକର ପ୍ରଧାନଙ୍କ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଏଠାରେ ସୂଚନାଯୋଗ୍ୟ ତାଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ବିଭାଗ ନିକଟରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ମୂଳେ ଆଜି ଏହି ଚଢାଉ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୪ ଜଣ ହିତାଧିକାରୀଙ୍କ ଅର୍ଥକୁ ନିଜ ସଂପର୍କୀୟଙ୍କ ଜମାଖାତାରେ ପକାଇ ସେ ୨୦.୨୫ ଲକ୍ଷ ଟଙ୍କା ହଡପ କରିଥିବାର ସୂଚନା ମିଳିଛି । ୨୦୧୭-୧୮ ମସିହାରେ ସେ ଏଠାରେ କାର୍ଯ୍ୟରତ ଥିବାବେଳେ ଏହି ଜାଲିଆତି କରିଥିଲେ । ବାଲେଶ୍ୱରସ୍ଥିତ ରାଣୀହାଟରେ ଥିବା ତାଙ୍କ ନିଜ ବାସଭବନ ସହିତ ଅନ୍ୟ ୩ଟି ସ୍ଥାନରେ ଏହି ଚଢାଉ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.