Home ଜିଲ୍ଲା ପରିକ୍ରମା ମୋ ସ୍କୁଲ ଅଭିଯାନରେ ପରିଦର୍ଶନରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ନେତୃବୃନ୍ଦ

ମୋ ସ୍କୁଲ ଅଭିଯାନରେ ପରିଦର୍ଶନରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ନେତୃବୃନ୍ଦ

94

ବାହାନଗା,୨୩ା୬(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଠାରେ ଥିବା ମଣିଭଦ୍ର ନୋଡ଼ାଲ ସ୍କୁଲର ପରିଦର୍ଶନରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ସହ ବହୁ ଅଧିକାରୀ ଓ ନେତୃବୃନ୍ଦ ଆସି ଆଲୋଚନା ସହ ବୈଠକ କରିଥିବାର ଜଣପଡ଼ିଛି । ସୂଚନା ଅନୁସାରେ ମଣିଭଦ୍ର ନୋଡ଼ାଲ ସ୍କୁଲଟି ମଡ଼େଲ ସ୍କୁଲ ଭାବରେ ବିବେଚନା ପରେ ସ୍କୁଲର ଭିତ୍ତି ଭୂମି ଓ ଏହାର ଆଗରୁ ହୋଇ ଥିବା ମୋ ସ୍କୁଲ ଅଭିଯାନର ୧କୋଟି ୫ଲକ୍ଷ ଟଙ୍କା ପ୍ରକଳ୍ପର କାର‌୍ୟ୍ୟ ଧାରାକୁ ତଦାରଖ କରିବା ପାଇଁ ବୁଧବାର ଦିନ ପୁର୍ବାହ୍ନରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍କୁଲ ପରିସରରେ ପହଞ୍ଚି ସ୍କୁଲର କାର‌୍ୟ୍ୟ ବିଶେଷ କରି ଗଢି ଉଠିଥିବା ଅଡ଼ିଟରିଅମ ଓ ଏହାର ଭିତ୍ତି ଭୂମିକୁ ଦେଖି ଖୁସି ହୋଇ ଯାଇଥିଲେ । ପରେ ପୁଣି ୪୫ଲକ୍ଷଟଙ୍କା ବିଦ୍ୟାଳୟ ରୂପାନ୍ତରିତ ଯୋଜନାରେ ଏଠାକୁ ଆସିଥିବା ଅର୍ଥ ରାଶି କେମିତି ବ୍ୟୟ କରାଯିବ ସେହି ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରୁ ବିଭିନ୍ନ ଅଧିକାରୀ ମାନେ ଆସି ଆଲୁମିନା କମିଟି ଓ ଶିକ୍ଷକଙ୍କକ ସହ ଆଲୋଚନା କରିଥିଲେ । ଏଥିରେ ଏଡ଼ିଏମଓ ନିଲୁ ମହାପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ ଗିରୀ, ମୋସ୍କୁଲ ଅଭିଯାନ ନିରୀକ୍ଷକ ସନ୍ତୋଷ କୁମାର ଖଟୁଆ, ବ୍ଲକ ଭାରାପ୍ରାପ୍ତ ଶିକ୍ଷାଧିକାରୀ ଧରଣୀଧର ପାତ୍ର, ସହ ଶିକ୍ଷାଧିକାରୀ ରୋହିଆ ଟୁଡ଼ୁ, ତହସିଲଦାର/ ବିଡ଼ିଓ ରାଜେନ୍ଦ୍ର ନାରାୟଣ କରଙ୍କ ସମେତ ସ୍କୁଲର ପ୍ରଧାନ ଶିକ୍ଷକ ମାନସ କୁମାର ପଣ୍ଡା, ରବିନ୍ଦ୍ର କୁମାର ମିଶ୍ର, ପଦ୍ମଲୋଚନ ସାହୁ , ସ୍ଥାନୀୟ ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ଓ ଆଲୁମିନା କମିଟିର ସଦସ୍ୟ ସୁଦର୍ଶନ ମହାପାତ୍ର, ଗିରିଶ ଚନ୍ଦ୍ର ଦାଶ, ଅଶ୍ୱନୀ ମହାପାତ୍ର, ରମେଶ ଚଦ୍ର ମିଶ୍ର,ରମଣୀକାନ୍ତ ମିଶ୍ର, ରମାକାନ୍ତ ଦାଶ, ଶଙ୍କର୍ଷଣ ଶିଅଳ, ବରେନ୍ଦ୍ର ସେଠୀ ପ୍ରମୁଖଙ୍କ ସହ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ । ପରେ ଜାଗେଶ୍ୱରପଦା ସ୍ଥିତ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟର ଭିତିଭୂମିକୁ ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.