Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୦ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୦ଜଣ କରୋନା ପଜିଟିଭ ଚିହ୍ନଟ

41

କୋରାପୁଟ ୧୪-୦୭(ଓଡିଆ ପୁଅ /ରଂଜନ ଦାସ) ବୁଧବାର କୋରାପୁଟ ଜିଲ୍ଲାରେ  ୫ଜଣ ମହିଳାଙ୍କ ସମେତ   ୧୦ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୬୪୦ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୪ ଓ ଜୟପୁର ପୌରାଂଚଳରୁ ଜଣେ ପଜିଟିଭ ଚିହ୍ନଟ  ହୋଇଛନ୍ତି ।  ସେହିପରି  ଆଜି  ବନ୍ଧୁଗାଁ ବ୍ଲକରୁ ୧,ଦଶମନ୍ତପୁରରୁ ୧,ଜୟପୁର ବ୍ଲକରୁ ୧,କୋରାପୁଟ ବ୍ଲକରୁ ୧ ଏବଂ କୁନ୍ଦୁରା ବ୍ଲକରୁ ଜଣେ  ଆକ୍ରାନ୍ତ ଚିହ୍ନଟ  ହୋଇଥିବା  ଜଣାପଡିଛି । ସୁନାବେଡା ପୌର  ପରିଷଦ ଓ କୋଟପାଡ ଏନଏସି ସମେତ  ବୈପାରିଗୁଡା,ବୋରିଗୁମ୍ମା,କୋଟପାଡ, ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା  ବ୍ଲକରୁ  ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୧୪  ତାରିଖ ସୁଦ୍ଧା ୪ ଲକ୍ଷ   ୧୬ ହଜାର  ୧୧୬ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୧୯୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୩୮୦ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ବୁଧବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୭   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.