Home କୋରାପୁଟ କୋରାପୁଟ ଟାଉନ ପୋଲିସ ଦ୍ୱାରା ୭ ଜଣ ମଟରସାଇକେଲ ଚୋର ଗିରଫ

କୋରାପୁଟ ଟାଉନ ପୋଲିସ ଦ୍ୱାରା ୭ ଜଣ ମଟରସାଇକେଲ ଚୋର ଗିରଫ

26

କୋରାପୁଟ ୨୭-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଟାଉନ ପୋଲିସ ଦ୍ୱାରା ୭ ଜଣ ମଟରସାଇକେଲ ଚୋରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।କୋରାପୁଟ  ଟାଉନର ଟିକିରାସାହି ,ଗାନ୍ଧିନଗର ଓ ଏମଏମଆର ଛକରୁ ମଟରସାଇକେଲ ବୋରୀ ହୋଇଯାଇଥିବା ଥାନାରେ ଏତଲା ଦେବାପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା ବୋଲି କୋରାପୁଟ ଟାଉନ ଥାନାର ଭାରପ୍ରାପ୍ତ ନିରିକ୍ଷକ ଧିରେନ ପଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।ଏସଆଇ  ସି.ଆର.ପ୍ରଧାନ ,ସୁଦର୍ଶନ ଅଧିକାରୀ ଓ ଯଶୋବନ୍ତ ସେଲମା ନେତୃତ୍ୟରେ  ଜଣେ ଅଭିଯୁକ୍ତକୁ ଧରିଥିଲେ ।ଉକ୍ତ ଅଭିଯୁକ୍ତର ବୟାନ ପରେ ସ୍ୱତନ୍ତ୍ର ଦଳ ବୈପାରୀଗୁଡା ,ମାଲକାନଗିରି ଓ ଜୟପୁରରେ ଚଢାଉ କରି ୯ ଟି ମଟରସାଇକେଲ ଜବତ କରିଥିଲେ ବୋଲି ଶ୍ରୀ ପଟନାୟକ ସୂଚନା ଦେଇଥିଲେ ।ପଲସର ୪ ଗୋଟି ରହିଥିବା ବେଳେ ଆପାଚି ମଟରସାଇକେଲ ୫ ଗୋଟି ରହିଥିବା ସେ ପ୍ରକାଶ କରିଥିଲେ ।କୋରାପୁଟର ୩ ଟି ମଟରସାଇକେଲ ରହିଥିବା ବେଳେ ସାଲୁର ,ଜଗଦଲପୁର ,ରାୟଗଡା ଓ ନବରଙ୍ଗପୁର ଅଂଚଳର ଅନ୍ୟ ମଟରସାଇକେଲ ରହିଥିବା ସେ ସୂଚନା ଦେଇଥିଲେ ।୭ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଥିବା ସେ ପ୍ରକାଶ କରିଛନ୍ତି ।ଆଜି କୋର୍ଟ ଚାଲାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.