Home ଓଡ଼ିଶା କୃଷକ ଶ୍ରମିକ ଙ୍କ ଟ୍ରାକ୍ଟର ପ୍ୟାରେଡ୍ ରେ ରଣପୁର କମ୍ପିଲା

କୃଷକ ଶ୍ରମିକ ଙ୍କ ଟ୍ରାକ୍ଟର ପ୍ୟାରେଡ୍ ରେ ରଣପୁର କମ୍ପିଲା

40

ନୟାଗଡ/୨୭/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ରେ ଗତ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ କୋଭିଡ୍ କଟକଣା ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କର ପ୍ୟାରେଡ୍ ବନ୍ଦ ହୋଇ ଯାଇଥିଲା । ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ବିନା ଛାତ୍ର ଛାତ୍ରୀ ରେ ପତାକା ଉତ୍ତୋଳନ କରାଯାଇଥିଲା । କିନ୍ତୁ ସରକାରଙ୍କ କଳା କୃଷି ଆଇନ୍ ଓ ଜନ ବିରୋଧି ବିଦ୍ୟୁତ୍ ଆଇନ୍ କୁ ବିରୋଧ କରି ହଜାର ହଜାର ସଂଖ୍ୟାରେ କୃଷକ ଓ ଶ୍ରମିକ ମାନେ ଟ୍ରାକ୍ଟର ପ୍ୟାରେଡ୍ କରିଥିବା ଦେଖିବାକୁ ମିଳିଥିଲା । ନବ ନିର୍ମାଣ କୃଷକ ସଂଗଠନ ଓ କୃଷକ ସଭା ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ କୁ ସମର୍ଥନ କରି ଏହି ଟ୍ରାକ୍ଟର ପ୍ୟାରେଡ୍ କରିଥିବା ଜଣାପଡିଛି । କୃଷକ ମାନେ ରଣପୁର ପଞ୍ଚୁଦୋଳ ପଡିଆ ରଘୁଦିବାକର ମଣ୍ଡପ ଠାରେ ସମବେତ ହୋଇ ଏକ ସଭା କରିଥିଲେ ।

ସଭାରେ ବକ୍ତାମାନେ ପ୍ରଧାନ ମନ୍ତ୍ରୀ ଙ୍କର ସ୍ଲୋଗାନ୍ ଆଚ୍ଛାଦିନ୍ ଓ ସବ୍ କା ସାଥି ସବ୍ କା ବିକାଶ ପ୍ରତିଶୃତି ର ସମାଲୋଚନା କରିଥିଲେ । ଏହି କଳା କୃଷି ଆଇନ୍ ଓ ଜନ ବିରୋଧି ବିଦ୍ୟୁତ୍ ଆଇନ୍ କୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିବା ସହ କୃଷକ ,ଶ୍ରମିକ ,ଯୁବକ ଓ ଛାତ୍ର ସମାଜ କୁ ଏକଜୁଟ୍ ହୋଇ ଆନ୍ଦୋଳନ କୁ ବ୍ୟାପକ କରିବା ଆହ୍ୱାନ ଦେଇଥିଲେ । ରଣପୁର ପଞ୍ଚୁଦୋଳ ପଡିଆ ରୁ ଟ୍ରାକ୍ଟର ପ୍ୟାରେଡ୍ ଆରମ୍ଭ କରି ରଣପୁର ବଜାର ପରିକ୍ରମା କରି ରଣପୁର ତହସିଲ କାର୍ଯ୍ୟାଳୟ ସାମ୍ନାକୁ ଯାଇଥିଲେ । ଏହି ଆନ୍ଦୋଳନ ରେ ରଣପୁର ଅଖିଳ ଭାରତ କୃଷକ ସଂର୍ଘଷ ସମ୍ମନ୍ୱୟ ସମିତିର ସୁରେଶ ଚନ୍ଦ୍ର ସ୍ୱାଇଁ , ପ୍ରଦିପ ବେହେରା , ସୁଶିଲ୍ ମହାନ୍ତି , ସବ୍ୟସାଚୀ ସେନାପତି , ଗଦାଧର ପ୍ରଧାନ , ଧୁଃଶାସନ ଜେନା , ବିପ୍ଲବ ମିଶ୍ର ଓ ପୁଣ୍ଣୀମା ମହାପାତ୍ର ଆଦି କୃଷକ ନେତା ମାନେ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.