Home ଜିଲ୍ଲା ପରିକ୍ରମା କୋବିଡ ହସ୍‌ପିଟାଲରେ ଅଗ୍ନି ନିରାପତ୍ତା ନେଇ ସ୍ୱତନ୍ତ୍ର ବୈଠକ ଓ ତାଲିମ

କୋବିଡ ହସ୍‌ପିଟାଲରେ ଅଗ୍ନି ନିରାପତ୍ତା ନେଇ ସ୍ୱତନ୍ତ୍ର ବୈଠକ ଓ ତାଲିମ

79

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପ୍ରତି କଟକର ଏକ କୋବିଡ ହସ୍‌ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟ ସରକାର ସମସ୍ତ କୋବିଡ ହସ୍‌ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଭଦ୍ରକ ସାଳନ୍ଦୀ କୋବିଡ଼ ହସ୍‌ପିଟାଲ ପରିଦର୍ଶନ କରି ସେଠାକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପରେ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ବୈଠକ କରି ଲାଇନ ଡିପାର୍ଟମେଣ୍ଟ ସହିତ ସବିଶେଷ ଆଲୋଚନା କରିଥିଲେ । ଜିଲ୍ଲାପାଳ ଡ. ଦାସଙ୍କ ବୈଠକରେ ପୌରୋହିତ୍ୟ କରିବା ସହିତ ହସ୍‌ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ସଂପୃକ୍ତ ହସ୍‌ପିଟାଲର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଏବଂ କର୍ମକର୍ତ୍ତା ସମସ୍ତେ ଏହାର ବ୍ୟବହାର ଶିଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ନେଇ ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ । କେବେ କୌଣସି ପରିସ୍ଥିତିରେ ଯେପରି ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ନ ହୁଏ ସେଥିଲାଗି ସମସ୍ତେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । କୋବିଡ଼ ହସ୍‌ପିଟାଲ ଆରମ୍ଭ ସମୟରେ ଅଗ୍ନି ନିରାପର୍ତ୍ତା ସଂକ୍ରାନ୍ତୀୟ ତାଲିମପ୍ରାପ୍ତ ହୋଇଥିଲେ ବି ନିୟମିତ ବ୍ୟବଧାନରେ ଏ ନେଇ ସମସ୍ତ କର୍ମଚାରୀଙ୍କୁ ପୁଣି ତାଲିମ ଦେବାକୁ ଅଗ୍ନିଶମ ବିଭାଗକୁ ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ପରିଡା, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସାôଧିକାରୀ ସୁବାଶିଷ ମହାରଣା, ଡେପୁଟୀ କଲେକ୍ଟର ଜରୁରୀ ବିଭାଗ ଜୟଶ୍ରୀ ସେନାପତିଙ୍କ ସମେତ ବିିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ । ପରେ ସାଳନ୍ଦୀ ହସ୍‌ପିଟାଲ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ଅଧିକାରୀ ରମେଶ ବେହେରାଙ୍କ ତତ୍ତ୍ୱାବଧାନରେ ବିଭାଗୀୟ କର୍ମଚାରୀମାନେ ଅଗ୍ନି ନିରାପତ୍ତା ସମ୍ପର୍କୀତ ତାଲିମ ପ୍ରଦାନ କରିବା ସହିତ ଏହାର ବ୍ୟବହାରିକ ପରୀକ୍ଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.