Home ଜିଲ୍ଲା ପରିକ୍ରମା ଆଜି ଚିହ୍ନଟ ହେଲେ ୧୩୬ ନୂତନ କରୋନା ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ୧୩୬ ନୂତନ କରୋନା ଆକ୍ରାନ୍ତ

54

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ନୂଆ ୧୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୭୫ହଜାର ୮୦୭ଜଣଙ୍କ ନମୁନା ପରୀକ୍ଷା କରାଯିବା ପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଆଜି ସୁଦ୍ଧା ମୋଟ ଆକ୍ରାନ୍ତ ୪୬୯୩ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ମୋଟ ସୁସ୍ଥ ହୋଇଛନ୍ତି ୩୮୪୨ଜଣ । ଏବେ ଆକ୍ଟିଭ ଆକ୍ରାନ୍ତ ଅଛନ୍ତି ୮୩୯ଜଣ । ଯେଉଁ ନୂତନ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ୧ଜଣ, ବାସୁଦେବପୁର ପୌରପାଳିକାର ୨ଜଣ, ଭଦ୍ରକ ବ୍ଲକର ୧୪ଜଣ, ଭଦ୍ରକ ପୌରପାଳିକାର ୨ଜଣ, ବନ୍ତ ବ୍ଲକର ୮ଜଣ, ଭଣ୍ଡାରିପୋଖରୀ ବ୍ଳକର ୨୭ଜଣ, ଚାନ୍ଦବାଲି ବ୍ଳକର ୧୫ଜଣ, ଚାନ୍ଦବାଲି ଏନ୍‌ଏସିର ୧୫ଜଣ, ଧାମନଗର ବ୍ଳକର ୧୦ଜଣ, ତିହିଡି ବ୍ଲକର ୧୬ଜଣ ଏବଂ ଅନ୍ୟ ଜିଲ୍ଲାରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.