Home Top News କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଧସେଇ ପଶିଲେ ପର୍ଯ୍ୟଟକ

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଧସେଇ ପଶିଲେ ପର୍ଯ୍ୟଟକ

42

କୋଣାର୍କ ୨୮-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଧସେଇ ପଶିଲେ ପର୍ଯ୍ୟଟକ। ଟିକେଟ ନ ମିଳିବାରୁ ପାଚେରୀ ଡେ଼ଇଁ ପର୍ଯ୍ୟଟକମାନେ କୋଣାର୍କ ମନ୍ଦିରରେ ପଶିଯାଇଚନ୍ତି। ଏଭଳି ସ୍ଥିତି ଉପୁଜିଥିଲା ଯେ, ଲୋକଙ୍କୁ ସୁରକ୍ଷା କର୍ମୀ ଅଟକାଇ ପାରି ନ ଥିଲେ। ପୁରୁଣା ବର୍ଷ ସରି ନୂଆ ବର୍ଷ ଆସୁଥିବା ବେଳେ କୋଣାର୍କରେ ପ୍ରବେଶ କଟକଣା ଏପରି ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଏତେ ଅଧିକ ପରିମାଣରେ ପର୍ଯ୍ୟଟକଙ୍କ ଗହଳି କାରଣରୁ ଏହିପରି ଅବ୍ୟବସ୍ଥା ଦେଖାଯାଇଛି।

ଆଜି ପ୍ରାୟ ୨୦ ହଜାରରୁ ଅଧିକ ପର୍ଯ୍ୟଟକ କୋଣାର୍କରେ ପହଞ୍ଚିଥିଲେ। ଏତେ ପର୍ଯ୍ୟଟକଙ୍କୁ ଟିକେଟ ଯୋଗାଇ ନପାରିବାରୁ ଅଧାରୁ କାଉଣ୍ଟର ବନ୍ଦ କରିଦିଆଯାଇଥିଲା। ଫଳରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ମଧ୍ୟ ପାଚେରି ଓ ଫାଟକ ଡେଇଁ ପର୍ଯ୍ୟଟକ ଭିତରକୁ ପଶୁଥିବା ଦେଖିବାକୁ ମିଳିଛି। ହେଲେ ଏହାକୁ ନିୟନ୍ତ୍ରଣ କରିବାରେ ଏଏସଆଇ ଓ ସ୍ଥାନୀୟ ପ୍ରଶାସନ ଫେଲ ମାରିଥିଲା।

କୋଭିଡ ସଂକ୍ରମଣ ଆତଙ୍କ ଆରମ୍ଭ ହୋଇ ସାରିଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହଜାର ହଜାର ଲୋକଙ୍କର ଗହଳି କୋଭିଡ ସଂକ୍ରମଣ ବ୍ୟାପିକା ଆଶଙ୍କା ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.