Home Top News ଲୋକେ ଆଶ୍ଚର୍ଯ୍ୟ! ଯେବେ ଏକ କଳା ଛେଳି ପେଟରୁ ଜନ୍ମ ହେଲା ବାଦାମୀ ମଣିଷ ପିଲା...

ଲୋକେ ଆଶ୍ଚର୍ଯ୍ୟ! ଯେବେ ଏକ କଳା ଛେଳି ପେଟରୁ ଜନ୍ମ ହେଲା ବାଦାମୀ ମଣିଷ ପିଲା ..

198

ଗୌହାଟି: ଛେଳି ଜନ୍ମଦେଲା ମଣିଷ ଛୁଆ!ଛେଳି ଜନ୍ମଦେଲା ମଣିଷ ପିଲା ପରି ଦେଖାଯାଉଥିବା ଏକ ଛୁଆ! ଏକ କଳା ଛେଳିର ପେଟରୁ ଏକ ବାଦାମୀ ଶିଶୁପୁତ୍ର ଜନ୍ମ ହେଲା! ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆସାମର କଛାର ଜିଲ୍ଲାର ଗଙ୍ଗାନଗର ଗ୍ରାମରେ ଘଟିଛି। ଏଠାରେ ଏକ ଗୃହପାଳିତ ଛେଳି ମନୁଷ୍ୟ ପରି ଏକ ଶିଶୁ ସନ୍ତାନକୁ ଜନ୍ମ ଦେଲା। ଶିଶୁର ଦୁଇ ଗୋଡ଼ ଏବଂ କାନ ବ୍ୟତୀତ ଶରୀରର ଅନ୍ୟ ଅଂଶ ମାନବ ସନ୍ତାନ ପରି ଥିଲା। ଛେଳିଟିର ମାଲିକଙ୍କ କହିବା ଅନୁଯାୟୀ, ସୋମବାର ତାଙ୍କ ଛେଳି ମନୁଷ୍ୟ ଶରୀର ପରି ଏକ ଶିଶୁକୁ ଜନ୍ମ ଦେଲା। ତା’ପରେ ସେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ। ପୂରା ଚେହେରା ଏକ ଶିଶୁ ପରି ଥିଲା ଏବଂ ପିଲାଟିର ଲାଞ୍ଜ ମଧ୍ୟ ନଥିଲା। ଖବର ପ୍ରଚାରିତ ହେବା ମାତ୍ରେ ଗାଁ’ର ଲୋକମାନେ ଏହାକୁ ଦେଖିବା ପାଇଁ ଏକାଠି ହୋଇଯାଇଥିଲେ। ତେବେ, ଜନ୍ମର ଅଧ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.