Home କୋରାପୁଟ କେପିଏଲ କୋରାପୁଟ ବ୍ଲକ  ଭଲିବଲ ପ୍ରତିଯୋଗିତା ଉଦଯାପିତ

କେପିଏଲ କୋରାପୁଟ ବ୍ଲକ  ଭଲିବଲ ପ୍ରତିଯୋଗିତା ଉଦଯାପିତ

15

କୋରାପୁଟ ୦୪-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ପ୍ରିମିୟର ଲିଗ କୋରାପୁଟ ବ୍ଲକ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।କୋରାପୁଟ ବ୍ଲକର ୮ ଟି ଦଳ ଅଂଶଗ୍ରହଣ କରିଥିଲେ । ପଦ୍ମପୁର ଓ କେନ୍ଦାର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ପଦ୍ମପୁର ଦଳ ଚଂପିୟାନ  ହୋଇଥିଲା ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ  ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଚଂପିୟାନ ଓ ରନର ଦଳକୁ ସିଲ୍ଡ ଓ ଅର୍ଥରାଶି ପ୍ରଦାନ କରିଥିଲେ ।ଉଦଯାପନୀ ଉତ୍ସବରେ ବିଜେଡି ନେତା ଉତ୍କଳ ରଂଜନ ନାୟକ , ଅଶ୍ୱିନୀ ସାହୁ ,ମାଧବ ଖୋସଲା , ଲଲାଟ ରଂଜନ ସେଠୀ ,ମୁରଲୀ ଖରା ,ସଂଜିବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.