Home ଜିଲ୍ଲା ପରିକ୍ରମା ଇଂରେଜ ଅମଳର ରୁପା କଏନ୍ ଉଦ୍ଧାର

ଇଂରେଜ ଅମଳର ରୁପା କଏନ୍ ଉଦ୍ଧାର

109

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଂଚାୟତର ଶୋଧ ଗ୍ରାମର ମହେନ୍ଦ୍ର ପଣ୍ଡାଙ୍କ ଘରୁ କେତେକ ରୁପା କଏନ୍ ଉଧାର ହୋଇଥିବାରୁ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ଏହି ରୁପା କଏନ୍ ଦେଖିବାପାଇଁ ଭିଡ଼ ଜମାଇଛନ୍ତି । ଘଟଣାରୁ ପ୍ରକାଶଯେ ଶୋଧ ଗ୍ରାମର ମହେନ୍ଦ୍ର ପଣ୍ଡା ତାଙ୍କ ଘର ଭିତରେ ଟାଙ୍କି ଖୋଳୁଥିବାବେଳେ ପ୍ରାୟ ୩ଫୁଟ ତଳୁ ଏକ ତମ୍ଭା କଳସରେ ପ୍ରାୟ ୫ଶହ ଗ୍ରାମ ଓଜନର ପୁରୁଣା କାଳିଆ ଇଂରେଜ ଅମଳର ୧୮୭୪, ୧୭୧୨ ଓ ୧୮୮୦ ମସିହାର ରୁପା କଏନ୍ ମାନ ବାହାରିଥିଲା । ଏକଥା ପ୍ରଚାର ହେବାପରେ ଆଖପାଖ ଅଂଚଳରୁ ଅନେକ ଲୋକଙ୍କ ଭିଡ଼ ଜମିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.