Home କନ୍ଧମାଳ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଟ୍ରେନିଂ ସେଣ୍ଟର ପରିଦର୍ଶନ

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଟ୍ରେନିଂ ସେଣ୍ଟର ପରିଦର୍ଶନ

71

ବାଲିଗୁଡା, ୧୩/୯.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପାସନା ଏଜୁକେସନ ଟ୍ରଷ୍ଟ ଆନୁକୂଲ୍ୟରେ ଡିଡିୟୁ -ଜିକେଔଇ ଟ୍ରେନିଂ ସେଣ୍ଟରକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରଫେସର ଭାଗିରଥି ବେହେରା, ପ୍ରଫେସର ସୋମନାଥ ଘୋଟାଲ, ଫୁଲବାଣୀ ଡିଆରଡିଏ ର ସୋସିଆଲ ଅଡିଟର ଦୁଃଶାସନ ସିଂ, ଓ ବିକାଶ ମହାନ୍ତି ପ୍ରମୁଖ ଆସି ପରିଦର୍ଶନ କରି କାର୍ଯ୍ୟକ୍ରମ ତଦାରଖ କରିଥିଲେ। ଏହି ଟ୍ରେନିଂ ସେଣ୍ଟର ଠାରେ ସରକାରଙ୍କ ତରଫରୁ ମାଗଣାରେ ୭୦ ଜଣ ଛାତ୍ରୀ ଙ୍କୁ ଦିଆଯାଉଥିବା ଇଣ୍ଡଷ୍ଟ୍ରିଆଲ ସୁଇଙ୍ଗ ମେସିନ ଟ୍ରେନିଂ ସହିତ ପାଠପଢ଼ା, ରହିବା ଖାଇବା ଓ ଚାକିରୀର ସୁ-ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସେଣ୍ଟରର କାର୍ଯ୍ୟଶୈଳୀ, ଉତ୍ତମ କୌଶଳ ଶିକ୍ଷାକୁ ନେଇ ପ୍ରଶଂସା କରିଥିଲେ। ଶେଷରେ ସୁଶୀଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.