Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ମହାବିଦ୍ୟାଳୟରେ “ଭାରତୀୟ ସଂସ୍କୃତି” ଉପରେ ଆଲୋଚନା ଚକ୍ର

କେନ୍ଦ୍ରାପଡା ମହାବିଦ୍ୟାଳୟରେ “ଭାରତୀୟ ସଂସ୍କୃତି” ଉପରେ ଆଲୋଚନା ଚକ୍ର

81

କେନ୍ଦ୍ରାପଡ଼ା, ୩ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର “ଭାରତୀୟ ସଂସ୍କୃତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମ୍ପାନରେ ବିଶେଷଜ୍ଞ ଭାବେ ବିଶିଷ୍ଟ ବେଦବିତ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଓ ପଣ୍ଡିତ ହୃଷିକେଶ ରଥ ଯୋଗ ଦେଇଥିଲେ। ଭାରତୀୟ ସଂସ୍କୃତିର ମହାନ ବାର୍ତ୍ତା ହେଉଛି “ବସୁଧୈବ କୁଟୁମ୍ବକମ୍‌” ସମଗ୍ର ବସୁଧାକୁ ପରିବାର ଜ୍ଞାନ କରିବା ହେଉଛି ଆମ ପରମ୍ପରା ବୋଲି ପଣ୍ଡିତ ରଥ କହିଥିଲେ। ପ୍ରଥମେ ମଣିଷ ନିଜେ ଭଲ ହେଲେ ସେ ଭଲ ମଣିଷ ତିଆରି କରିପାରିବ ଓ ବିବିଧତା ବା ଅନୈକ ଭିତରେ ଐକ୍ୟ ଆମ ସଂସ୍କୃତିର ମୂଳ ଭିତ୍ତି। ମହାତ୍ମା ନିଜର ବାର୍ତ୍ତାକୁ କାର୍ଯ୍ୟରେ ପ୍ରୟୋଗ କରିଥାଏ। ନାରୀକୁ ଉପଯୁକ୍ତ ମର୍ଯ୍ୟାଦା ଦେବା ସେହି ବୈଦିକ ଯୁଗରୁ ଚଳି ଆସିଛି। ନାରୀ ଆଖିରେ ଅଶ୍ରୁ ଖାଲି ପରିବାର ନୁହେଁ ସମଗ୍ର ସମାଜକୁ ଧ୍ୱଂସ ଆଡକୁ ଟାଣିନେବ। ବିଶିଷ୍ଟ ବେଦବିତ ବିରେନ୍ଦ୍ର ପଣ୍ଡା କହିଥିଲେ ସଭ୍ୟତା ଯଦି ଶରୀର ହୁଏ ସଂସ୍କୃତି ହେଉଛି ଆତ୍ମା। ଆମ ସଂସ୍କୃତିରେ ଅନେକ ବିିକୃତି ପଶି ଆସିଛି। ଆମେ ଚାକିରୀକୁ ସେବା ଜ୍ଞାନ କରିବା ଦରକାର। ମହାଭାରତ ଯୁଦ୍ଧରେ ରାଜା କୃଷ୍ଣ ଯୁଦ୍ଧ ଏଡେଇବା ପାଇଁ ଦୂତର ଭୂମିକା ନେଇଥିଲେ। ଜୀବନର ୫୦ବର୍ଷ ଜିଇବା ପାଇଁ ବିନିଯୋଗ ବ୍ୟୟିତ ହେବା ବେଳେ ଏକାବନରେ ବନକୁ ଯିବା ପାଇଁ ପ୍ରସ୍ତୁତ ହେବା ଦରକାର ବା ନିଜକୁ ସମାଜ କାର୍ଯ୍ୟରେ ପୂର୍ଣ୍ଣ ବିନିଯୋଗ କରିବା ଦରକାର। ଆମେ ଭୂବନକୁ ଖୁବ ବଡ କରୁଛେ ଭାବନାରେ ଛୋଟ ହୋଇଯାଉଛେ। ଉଦାହରଣ ମାଧ୍ୟମରେ ସେ ଛାତ୍ରଛାତ୍ରୀ ତଥା ଉପସ୍ଥିତ ସମସ୍ତଙ୍କ ଭିତରେ କିଛି ସମୟ ପାଇଁ ନିଆରା ଦିବ୍ୟ ଭାବନାର ପରିବେଶ ସୃଷ୍ଟି କରିଥିଲେ। ଆବାହକ ଅଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ଓ ଭାରତୀୟ ସଂସ୍କୃତି ଉପରେ ସୂଚନା ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଓ ଅଧ୍ୟାପକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ମନୋରଞ୍ଜନ ମହାନ୍ତି, ସୁବ୍ରତ କୁମାର ପାତ୍ର, ଅଧ୍ୟାପିକା ସୋନାଲିକା ମହାନ୍ତି, ମନିଷା କାନ୍ତି ଜେନା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ଲେଫ୍ଟନାଣ୍ଟ ସୀମା ମହାନ୍ତି ସଭାକୁ ସଂଚାଳନ କରିଥିଲେ। ଏହି ସମ୍ପାନରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.