Home ଜିଲ୍ଲା ପରିକ୍ରମା କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଚାନ୍ଦପୁର କୋଭିଡ୍ ହସପିଟାଲ ପରିଦର୍ଶନ ଓ ସମୀକ୍ଷା

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଚାନ୍ଦପୁର କୋଭିଡ୍ ହସପିଟାଲ ପରିଦର୍ଶନ ଓ ସମୀକ୍ଷା

59

ନୟାଗଡ଼, ୬ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଆଜି ନୟାଗଡ଼ ଗସ୍ତ କରି ନୟାଗଡ଼ ଜିଲାର ଚାନ୍ଦପୁର ହସ୍‌ପିଟାଲ ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଶ୍ରୀଯୁକ୍ତ ସାମଲ ହସପିଟାଲର ବିିଭିନ୍ନ ୱାର୍ଡ଼ ବୁଲି ଦେଖିବାମ ସହିତ ରୋଗୀମାନଙ୍କୁ ଦୈନିକ ଦିଅ।।ଯାଉଥିବା ଖାଦ୍ୟପେୟ ଉପରେ ଜିଲାପାଳ ଡ-ପୋମା ଟୁଡୁଙ୍କୁ ପଚାରି ବୁଲିଥିଲେ। ଏହାପରେ ସେ ଆଇସିୟୁ ୱାର୍ଡ଼କୁ ଯାଇ ଭେଂଟିଲେଟର ଓ ଅନ୍ୟାନ୍ୟ ସୁବିଧା ଉପରେ ସମୀକ୍ଷା କରି ସନ୍ତୋଷ ପ୍ରକଟ କରିଥିଲୋ ଏଥିସହିତ ଦୈନିକ କେତେ ରୋଗୀଙ୍କର ଟେଷ୍ଟ କରାଯାଉଛି ବୋଲି ବୁଝିବା ସହିତ କେତୋଟି ଆମ୍ବୁଲାନ୍ସ କାର୍ଯ୍ୟକରୁଛି ସେ ସମ୍ପର୍କରେ ପଚାରୀ ବୁଝିିଥିଲେ। ଏହି କାର୍ଯ୍ୟକ୍ରମରେ ପିଡି ସୁବାଷ ଚନ୍ଦ୍ର ରାୟ, ରଣପୁର ବିଡିଓ ପଂଚାନନ ପଟ୍ଟନାୟକ, ଚାନ୍ଦପୁର କୋଭିଡ ହସପିଟାଲର ଅଧିକ୍ଷକ ଡାଃ ବି ସୂର୍ଯ୍ୟ ରାଓ ଏବଂ ସମ ହସପିଟାଲରୁ ଆସିଥିବା ଡାକ୍ତରୀ ଦଳ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.