Home Coronavirus Outbreak ଓଡ଼ଗାଁର ପଂଚିରିଡ଼ା ମାନପୁର ୫ଦିନ ସଟ୍‌ଡାଉନ

ଓଡ଼ଗାଁର ପଂଚିରିଡ଼ା ମାନପୁର ୫ଦିନ ସଟ୍‌ଡାଉନ

83

ନୟାଗଡ଼, ୬ା୮:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ଗାଁ ବ୍ଳକ ମାନପୁରର ପଂଚରିଡ଼ା ଗାଁକୁ ୫ଦିନ ସରପଂଚ ମନୋଜ ସାହୁ ସଟଡାଉନ କରିଛନ୍ତି। ମାନପୁର ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ରେ ଚିହ୍ନଟ ହୋଇ ମୃତ୍ୟୁ ବରଣ କରିଥିବା ଯୋଗୁଁ ସରପଂଚା ଏହି ସଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ବ୍ୟକ୍ତି ଜଣକ ଚିକିତ୍ସା ପୂର୍ବରୁ କରୋନା ନେଗେଟିଭ୍‌ ରିପୋର୍ଟ ଆସିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ହେଲା ପରଦିନ ମୃତକଙ୍କ ରିପୋଟି ସ୍ଥାନୀୟ ଶରଣକୁଳ ଡାକ୍ତରଖାନାରୁ କରୋନା ପଜିଟିଭ ଆସିଥିଲା। ସେତେବେଳକୁ ମୃତବ୍ୟକ୍ତିଙ୍କୁ ଗାଁଲୋକ ମିଶି ଶବଦାହ କରିଥିଲାବେଳେ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ସମସ୍ତେ ଏକାଠି ମିଶିଥିଲେ। ଯାହାକି ପରବର୍ତ୍ତୀ ସମୟରେ ମୃତକ କରୋନା ପଜିଟିଭ ଜଣାପଡ଼ିବା ପରେ ମାନପୁର ଗ୍ରାମବାସୀ ନାହିଁ ନଥିବା ଆଶଙ୍କା ଓ ମନଶ୍ଚାପରେ ଗତି କରୁଛନ୍ତି। ଏଭଳି ପରିସ୍ଥିତିରେ ସରପଂଚ ପଂଚିରିଡ଼ା ମାନପୁରର ସମସ୍ତ ୧୧ଟ ଗୋଟି ୱାର୍ଡ଼କୁ ସଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ସଟଡାଉନ ଆଜିଠାରୁ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.