Home ଜିଲ୍ଲା ପରିକ୍ରମା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳିତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳିତ

98

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାନ୍ୟବର କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୧ତମ ଜନ୍ମଦିବସ ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ୱରେ ଭଦ୍ରକ ଠାରେ ପାଳନ କରାଯାଇଛି । ସକାଳେ ବହୁ ଯୁବକ ସାମାଜିକ ଦୂରତା ରକ୍ଷା କରି ବାଲଗୋପାଲ ମନ୍ଦିରରେ ୫୧ ଗୋଟି ଦୀପ ଜାଳି ଶ୍ରୀଯୁକ୍ତ ପ୍ରଧାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ପରେ ଭଦ୍ରକ ରେଳ ଷ୍ଟେସନ ଠାରେ ଦୀନ ଦରିଦ୍ରଙ୍କୁ ବସ୍ତ୍ର ଓ ଫଳ ବଣ୍ଟନ କରାଯାଇଥିଲା । ଏହାପରେ ଯୁବଗୋଷ୍ଠୀଙ୍କ ତରଫରୁ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା । ଅପରାହ୍ନରେ କେକ୍ କାଟି ପିଲାଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟରେ ବିଜେପି ନେତା ଶଶୀକାନ୍ତ ବିଶ୍ୱାଳ, ଯୁବ ସଂଗଠକ ଶୁଭ୍ରିତ ମହାନ୍ତି, ଅଜୟ ଦାସ, ସ୍ୱସ୍ତିକ ସେଠୀ, ଯଜେ୍ଞଶ ସେନାପତି, ସନତ ନାୟକ, ଅବିନାଶ ପାତ୍ର, ଆଲୋକ ପୁହାଣ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମହାମାରୀ କରୋନା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ତାଙ୍କର ଉଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ କାମନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.